ଓଡିଶା

odisha

ETV Bharat / state

ରୋଗୀଙ୍କୁ ଏକ୍ସପାୟାର୍ଡ ଔଷଧ ଦେବା ଅଭିଯୋଗ - expired medicine In Kandhamal

କନ୍ଧମାଳରେ ରୋଗୀଙ୍କୁ ଅବଧି ଶେଷ ହୋଇଥିବା ଔଷଧ ଦିଆଯାଉଥିବା ଅଭିଯୋଗ ଆସିଛି । ତେବେ ଡାକ୍ତର ନିଜେ ରୋଗୀଙ୍କୁ ଏହି ଏକ୍ସପାୟାର୍ଡ ଔଷଧ ଦେଇଥିବା ଅଭିଯୋଗ ଆସିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏକ୍ସପାୟାର୍ଡ ଔଷଧ
ଏକ୍ସପାୟାର୍ଡ ଔଷଧ

By

Published : May 25, 2020, 12:40 AM IST

ଫୁଲବାଣୀ: କନ୍ଧମାଳରେ ରୋଗୀଙ୍କୁ ଅବଧି ଶେଷ ହୋଇଥିବା ଔଷଧ ଦିଆଯାଉଥିବା ଅଭିଯୋଗ ଆସିଛି । ତେବେ ଡାକ୍ତର ନିଜେ ରୋଗୀଙ୍କୁ ଏହି ଏକ୍ସପାୟାର୍ଡ ଔଷଧ ଦେଇଥିବା ଅଭିଯୋଗ ଆସିଛି । ନିଜ ଘରୋଇ କ୍ଲିନିକରେ ରୋଗୀ ଦେଖିବା ପରେ ଡାକ୍ତରଙ୍କୁ ଦିଆଯାଉଥିବା ସାମ୍ପଲ ଔଷଧକୁ ରୋଗୀଙ୍କୁ ଦେଇଥିଲେ । ଏକ୍ସପାଏରୀ ହୋଇଥିବା ଏହି ଔଷଧକୁ କୁଆଡେ ଡାକ୍ତର ରୋଗୀକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ରୋଗୀ ପରିବାର ।

ଫୁଲବାଣୀ ଜିଲ୍ଲା ମେଡିକାଲରେ କାର୍ଯ୍ୟରତ ଡାକ୍ତର ନିଜ ଘରୋଇ କ୍ଲିନିକରେ କେରେଡି ଗାଁର ଜଣେ ରୋଗୀକୁ ଦେଖିବା ପରେ ଅବଧି ଶେଷ ହୋଇଥିବା ଔଷଧ ଦେଇଥିଲେ । କେରେଡି ଗାଁର ମହିଳା ରୋଗୀ ସୁକାନ୍ତୀ ସାହୁ ଘରେ ପହଞ୍ଚି ପିଲାଙ୍କୁ ଦେଖେଇବା ପରେ ଔଷଧ 2015ରୁ ଏକ୍ସପାଏରୀ ହୋଇଥିବା ଜଣାପଡ଼ିଥିଲା । ପରେ ଘଟଣାକୁ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ।

ଡାକ୍ତରଙ୍କୁ ମିଳୁଥିବା ମାଗଣା ସାମ୍ପୁଲ ମେଡିସିନ୍ ବିକ୍ରି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମହିଳା ରୋଗୀ । କିନ୍ତୁ ଏସମ୍ପର୍କରେ ଡାକ୍ତର ଏନ୍ ସୁବୁଦ୍ଧି କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ସମ୍ପୃକ୍ତ ଡାକ୍ତର ଅବସର ନେବା ପରେ ଚୁକ୍ତି ଭିତ୍ତିରେ ନିଯୁକ୍ତ ଅଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details