ଓଡିଶା

odisha

ETV Bharat / state

ବିକାଶର ଅସଲ ଚିତ୍ର , ୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ - ୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

କନ୍ଧମାଳ ଜିଲ୍ଲାରେ ରାସ୍ତା ସମସ୍ୟାକୁ ନେଇ ବିକଳ ଚିତ୍ର । ୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଅଧିକ ପଢ଼ନ୍ତୁ

ବିକାଶର ଅସଲ ଚିତ୍ର
ବିକାଶର ଅସଲ ଚିତ୍ର

By ETV Bharat Odisha Team

Published : Oct 11, 2023, 9:13 AM IST

Updated : Oct 11, 2023, 12:22 PM IST

ବିକାଶର ଅସଲ ଚିତ୍ର

ଫୁଲବାଣୀ : ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ ପାଇଁ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶର ଫଳ ଶୂନ । ଆଜି ବି ଦୂର ହେଉନି ଅପହଞ୍ଚ ଲୋକଙ୍କ ସମସ୍ୟା । ରାସ୍ତା ନଥିବାରୁ ମିଳୁନି ଆମ୍ବୁଲାନ୍ସ ସେବା । ପୁଣି ଖଟିଆରେ ବୁହା ହେଲେ ରୋଗୀ । କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଗଞୁପଦର ଗ୍ରାମରେ ଦେଖିବାକୁ ମିଳିଛି । ପକ୍କା ରାସ୍ତା ନଥିବାରୁ ୨ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ତେବେ ଏଭଳି ଅବ୍ୟବସ୍ଥା ସରକାରଙ୍କ ବିକାଶ ନାରାର ନଗ୍ନଚିତ୍ର ସାମ୍ନାକୁ ଆଣିଛି ।

ଏହା ମଧ୍ୟ ପଢନ୍ତୁ- ପହଞ୍ଚିପାରିଲାନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଲେ ରୋଗୀ

ସୂଚନା ମୁତାବକ, ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀ ମେଣ୍ଡି ପଞ୍ଚାୟତ ୧୦ନଂ ୱାର୍ଡ଼ ମୁଖ୍ୟ ରାସ୍ତା ଠାରୁ ମାତ୍ର ୩ କିଲୋମିଟର । ହେଲେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନାହିଁ । ଯାହା ଫଳରେ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଗଞ୍ଜୁପଦର ଗ୍ରାମର ସାମେଶ୍ୱର କହଁର ନାମକ ଜଣେ ବ୍ୟକ୍ତି ଦୀର୍ଘ ୨ବର୍ଷ ହେବ କୌଣସି ଏକ ରୋଗରେ ପୀଡିତ ଥିଲେ । ତାଙ୍କର ଗୋଡ ହାତ କାମ କରୁ ନ ଥିବା ବେଳେ ସେ ଶଯ୍ୟାଶାୟୀ । ଗତକାଲି ତାଙ୍କ ଦେହ ହଠାତ ଅତ୍ୟଧିକ ଖରାପ ହେବାରୁ ତାଙ୍କୁ ଖଜୁରୀପଡ଼ା ମେଡ଼ିକାଲକୁ ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆଉ ସହଯୋଗ ପାଇଁ ଆମ୍ବୁଲାନ୍ସ ଆସିଥିଲା ହେଲେ ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ - ଖଟିଆରେ ବୁହା ହେଲେ ରୋଗୀ, ଖଟିଆରେ ଫେରିଲା ମୃତଦେହ

ତେଣୁ କୌଣସି ଉପାୟ ନ ପାଇ ପରିବାର ଲୋକେ ଗାଁ ଲୋକଙ୍କ ସହାୟତାରେ ରୋଗୀକୁ ୨ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଫୁଲବାଣୀ

Last Updated : Oct 11, 2023, 12:22 PM IST

ABOUT THE AUTHOR

...view details