ଓଡିଶା

odisha

By

Published : Feb 14, 2022, 7:48 PM IST

ETV Bharat / state

ବଜ୍ରକାପ୍ତା ଉଦ୍ଧାର: ଗ୍ରାହକ ବେଶରେ ବନ ବିଭାଗର ଚଢାଉ

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ବଜ୍ରକାପ୍ତା ଉଦ୍ଧାର: ଗ୍ରାହକ ବେଶରେ ବନ ବିଭାଗର ଚଢାଉ
ବଜ୍ରକାପ୍ତା ଉଦ୍ଧାର: ଗ୍ରାହକ ବେଶରେ ବନ ବିଭାଗର ଚଢାଉ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନ ବିଭାଗ । ଗ୍ରାହକ ବେଶରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଚଢାଉ କରି ବ୍ରଜକାପ୍ତା ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ତୁମୁଡିବନ୍ଧ ବନାଞ୍ଚଳର ମାଙ୍ଗାପାଙ୍ଗା ଅଞ୍ଚଳର କିଛି ଲୋକ ଏକ ବଜ୍ରକାପ୍ତା ବିକ୍ରି କରିବାକୁ ଯାଉଥିବା ଖବର ପାଇଥିଲା ବନ ବିଭାଗ । ଏହାପରେ ଏକକ ସ୍ୱତନ୍ତ୍ର ଟିମ୍‌ ଗଠନ କରା ଯାଇଥିଲା । ଏହି ଟିମ୍‌ ବେପାରୀ ସାଜି ଅତି ଚତୁରତା ସହ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

ବଜ୍ରକାପ୍ତା ଉଦ୍ଧାର: ଗ୍ରାହକ ବେଶରେ ବନ ବିଭାଗର ଚଢାଉ

ତେବେ ବଜ୍ରକାପ୍ତାର ଓଜନ ୧୦ କିଲୋରୁ ଊର୍ଦ୍ଧ୍ୱ ହେବ ଏବଂ ଲମ୍ବ ସାଢେ ତିନିଫୁଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏପଟେ ବଜ୍ରକାପ୍ତାକୁ ବିକ୍ରି କରିବାକୁ ନେଉଥିବାବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଗ୍ରାହକ ବେଶରେ ଲଣ୍ଡରୁଗୁଡା ଗ୍ରାମ ନିକଟରେ ଦେଢ ଲକ୍ଷ ଟଙ୍କାରେ ଡିଲ୍‌ କରି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜିକାନ୍ତ ମାଝି ଏବଂ ଟିବିର ମାଝି ।

ଅପରପକ୍ଷେ ଉଭୟଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ କହିଛି । ଦିନକୁ ଦିନ ଜଙ୍ଗଲ ତସ୍କରୀଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରା ଯାଇଥିବା ବନ ବିଭାଗ କହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details