ଓଡିଶା

odisha

ETV Bharat / state

କନ୍ଧମାଳ ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା - ଫୁଲବାଣୀରେ ପଞ୍ଚାୟତିରାଜ ମନ୍ତ୍ରୀ

ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳ ଗସ୍ତରେ ଆସି ସ୍ବୟଂ ସହାୟକ ଗୋଷ୍ଠୀର ଋଣ ମେଳାର କାର୍ଯ୍ୟକ୍ରମରେ ଯୋଗଦେବା ସହ ଏକାଧିକ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି । ଅଧିକ ପଢନ୍ତୁ

panchayati raj and urban development department minister pratap jena visits Kandhamal
କନ୍ଧମାଳ ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

By

Published : Dec 19, 2021, 8:51 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲାର ବାଲିଗୁଡା ଦଣ୍ଡପଦର ଠାରେ ନିର୍ମିତ କଲ୍ୟାଣ ମଣ୍ଡପ, ଏନ୍ଏସିର ଭେଣ୍ଡିଂ ଜୋନ୍‌, ଏନ୍ଏସି କନଫେରନ୍ସ ହଲ୍‌ , ବ୍ଳକର ଏକ ନୂତନ କୋଠାର ଉଦ୍‌ଘାଟନ କରିବା ସହିତ ବାଟାଗୁଡା ଠାରେ ସ୍ବୟଂ ସହାୟକ ଗୋଷ୍ଠୀର ଋଣ ମେଳାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କନ୍ଧମାଳ ଜିଲ୍ଲା ଗସ୍ତରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ମନ୍ତ୍ରୀ ITDA ଦ୍ବାରା ଚାଷ ହୋଇଥିବା ଲେମନଗ୍ରାସ ଚାଷକୁ ପ୍ରଶଂସା କରିଥିଲେ । ଏହି ଚାଷର ଆହୁରି ବହୁଳ ମାତ୍ରାରେ କିଭଳି ଚାଷୀ ଚାଷକରି ଆର୍ଥିକ ସ୍ଥିତି ମଜବୁତ କରିପାରିବେ ସେ ଉପରେ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଶନିବାର କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଓ ଫିରିଙ୍ଗିଆ ବ୍ଲକ ଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବହୁ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବେହେରା ଗାଁର ଚେତାବନୀ, ଆଗାମୀ ପଞ୍ଚାୟତ ନିର୍ବାଚନରେ କରିବେ ଭୋଟ ବର୍ଜନ

ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଖଜୁରୀପଡ଼ା ବ୍ଲକ୍‌ ଅଧକ୍ଷ ବିରେନ୍ଦ୍ର କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ମହିଳା ସଭାନେତ୍ରୀ ପୁନମ କହଁର, ବିଜେଡ଼ି ଛାତ୍ର ସଭାପତି ସୁନୀଲ ସେଠୀ, ବିଜେଡ଼ି ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ଜୁଲିଲତା ଲେଙ୍କା, ଫିରିଙ୍ଗିଆ ବ୍ଲକ୍‌ ଅଧକ୍ଷ ଲାଲନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଗକୁ ମହିଳାମାନେ କିପରି ଅଧିକରୁ ଅଧିକ ସ୍ବାବଲମ୍ବୀ ହୋଇ ପାରିବେ ସେ ଉପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବୁଝାଯାଇଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details