ଓଡିଶା

odisha

ଅହମ୍ମଦାବାଦରେ ଫସିଛନ୍ତି ଓଡିଆ ତୀର୍ଥଯାତ୍ରୀ, ଉଦ୍ଧାର ପାଇଁ ଆକୁଳ ନିବେଦନ

By

Published : Mar 26, 2020, 4:30 PM IST

କନ୍ଧମାଳ ସହିତ ଅନ୍ୟ ତିନୋଟି ଜିଲ୍ଲାର 62 ଜଣ ତୀର୍ଥଯାତ୍ରୀ ଗତ ସପ୍ତାହେ ଧରି ଗୁଜୁରାଟ ଅହମ୍ମଦାବାଦରେ ଫସି ରହିଛନ୍ତି। ତାଙ୍କୁ ଏହି ପରିସ୍ଥିତିରୁ ଉଦ୍ଧାର କରିବାକୁ ଏକ ଭିଡିଓ କରି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Oriya pilgrims
ଅହମ୍ମଦାବାଦରେ ଫସିଛନ୍ତି ଓଡିଆ ତୀର୍ଥଯାତ୍ରୀ

କନ୍ଧମାଳ: କୋରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ଏହି ଘୋଷଣା ପରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। କନ୍ଧମାଳ ସହିତ ଅନ୍ୟ ତିନୋଟି ଜିଲ୍ଲାର 62 ଜଣ ତୀର୍ଥଯାତ୍ରୀ ଗତ ସପ୍ତାହେ ଧରି ଗୁଜୁରାଟ ଅହମ୍ମଦାବାଦରେ ଫସି ରହିଛନ୍ତି। ତାଙ୍କୁ ଏହି ପରିସ୍ଥିତିରୁ ଉଦ୍ଧାର କରିବାକୁ ଏକ ଭିଡିଓ କରି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଅହମ୍ମଦାବାଦରେ ଫସିଛନ୍ତି ଓଡିଆ ତୀର୍ଥଯାତ୍ରୀ

କୋରୋନା ପାଇଁ ଦେଶରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହେବା ପରେ ତିର୍ଥଯାତ୍ରୀ ନାନା ଅସୁବିଧା ଭୋଗୁଛନ୍ତି। ତିନୋଟି ଜିଲ୍ଲାର 62 ଜଣ ବରିଷ୍ଠ ତିର୍ଥଯାତ୍ରୀ ଅହମ୍ମଦାବାଦରେ ଫସି ରହିଛନ୍ତି । କନ୍ଧମାଳ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର 35 ମହିଳାଙ୍କ ସହିତ 62 ଗୁଜୁରାଟ ଅହମ୍ମଦାବାଦର ଦେଲ୍ଲି ଦରୱାଜା ନିକଟରେ ରହିଥିବା କହିଛନ୍ତି ।

ଏହାସହ ଫୋନ ଓ ହ୍ବାଟସଆପ ଯୋଗେ ଆମ କନ୍ଧମାଳ ପ୍ରତିନିଧିଙ୍କୁ ଯୋଗଯୋଗ କରି ନିଜ ବାବଦରେ ସୂଚନା ଦେଇଛନ୍ତି । ସେଠାରେ ତାଙ୍କୁ ଓଡିଶା ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ତୀର୍ଥଯାତ୍ରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details