ଓଡିଶା

odisha

ETV Bharat / state

ଦାରିଙ୍ଗବାଡି ଛାତ୍ରହତ୍ୟା ମାମଲା: ହତ୍ୟାକାରୀକୁ ଫାଶୀ ଦେବାକୁ ବିଭିନ୍ନ ସଂଗଠନର ଦାବି - ଦାରିଙ୍ଗବାଡି

ଦାରିଙ୍ଗବାଡିର ଜଣେ ଛାତ୍ରକୁ ହତ୍ୟା କରିଥିବା ସମସନ୍‌ ପ୍ରଧାନ ଓ ମୀନକେତନଙ୍କୁ ସ୍ପେଶାଲ କୋର୍ଟ ଜରିଆରେ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି ଅନେକ ସଂଗଠନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jun 10, 2019, 8:34 PM IST

ଫୁଲବାଣୀ: ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଛଅ ବର୍ଷର ଛାତ୍ରକୁ ଅପହରଣ ଓ ହତ୍ୟା ଘଟଣାରେ ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟା ଏବଂ ଜନ ବିରୋଧୀ ଆନ୍ଦୋଳନ କରାଯାଇଛି । ଛାତ୍ରକୁ ହତ୍ୟା କରିଥିବା ସମସନ୍‌ ପ୍ରଧାନ ଓ ମୀନକେତନଙ୍କୁ ସ୍ପେଶାଲ କୋର୍ଟ ଜରିଆରେ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି ଅନେକ ସଂଗଠନ । ଏହା ସହିତ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ସଙ୍ଗଠନ । ସେହିପରି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଥିବାରୁ ଅପରାଧିଙ୍କୁ ସାବାଡ କରିବାକୁ ପୋଲିସ ନିକଟରେ ସାଧାରଣରେ ଦାବି ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଆଜି ଫୁଲବାଣୀର ରୁଜାଙ୍ଗି ଠାରୁ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷମାନେ ବିଭିନ୍ନ ସଂଗଠନର ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ସମାଜସେବୀ ଓ ସଚେତନ ନାଗରିକ ମଞ୍ଚ, ନାରୀ ସୁରକ୍ଷା ମହିଳା ମହାମଞ୍ଚ, କନ୍ଧମାଳ ବିକାଶ ସଂଗ୍ରାମ ସମିତି ଭଳି ଅନେକ ସଂଗଠନ ଭାଗ ନେଇଥିଲେ । ଶୋଭାଯାତ୍ରାରେ ଆସିଥିବା ସଂଗଠନମାନେ ଶେଷରେ ଜିଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେଇଥିଲେ । ପରେ ମିଳିତ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଜୋରଦାର ଆନ୍ଦୋଳନ କରିବାକୁ ମିଳିତ ସଂଗଠନ ଚେତାବନୀ ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details