ଫୁଲବାଣୀ: କନ୍ଧମାଳ ଜିଲ୍ଲା କଳାବାଗର ଖେତାପାଜୁ ଗାଁ ନିକଟବର୍ତ୍ତୀ ବେଲାତୁକୁର ଜଙ୍ଗଲକୁ ଯାଇଥିଲା ବେଳେ ଜଣେ ଧଳାଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ବିଜୟବର ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଭାଲୁଟି ବିରଳ ପ୍ରଜାତିର ଧଳାଭାଲୁ । ଯାହା ତୁନ୍ଦ୍ରାଞ୍ଚଳରେ ଦେଖାଯାଇଥାନ୍ତି । ଓଡିଶାରେ ଧଳା ଭାଲୁ ଆକ୍ରମଣ କରିବା ପ୍ରଥମ ଘଟଣା ।
ଓଡିଶାରେ ପ୍ରଥମ, ଧଳାଭାଲୁ ଆକ୍ରମଣରେ ଜଣେ ଗୁରୁତର - କନ୍ଧମାଳ
ଜଙ୍ଗଲକୁ ଯିବା ବେଳେ ବିଜୟବର ମଲ୍ଲିକ ଧଳାଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଓଡିଶାରେ ଧଳା ଭାଲୁ ଆକ୍ରମଣ କରିବା ପ୍ରଥମ ଘଟଣା ।
![ଓଡିଶାରେ ପ୍ରଥମ, ଧଳାଭାଲୁ ଆକ୍ରମଣରେ ଜଣେ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-3575779-159-3575779-1560684586846.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ବିଜୟ ଜଙ୍ଗଲକୁ ଯିବା ସମୟରେ ଧଳା ଭାଲୁଟି ହଠାତ ତାଙ୍କ ବାମ ଗୋଡ଼କୁ ଆକ୍ରମଣ କରିଥିଲା। ଭୟରେ ବିଜୟ ଗଛ ଉପରକୁ ଚଢିଯାଇଥିଲେ ହେଁ ଭାଲୁଟି ଟାଣି ମାରିବାକୁ ଚେଷ୍ଟା କରିଥିଲା । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଭାଲୁକୁ ଘଉଡ଼ାଇ ଦେବା ସହ ତାଙ୍କୁ ଚିକିତ୍ସାଳୟ ଆଣିଥିଲେ। ସେହିପରି ଟିକାବାଲି ଅଞ୍ଚଳରେ ମଧ୍ୟ ଭାଲୁ ଆକ୍ରମଣରେ ଅନ୍ୟ ଜଣେ ଆହତ ହେଇଥିବାର ସୂଚନା ମିଳିଛି ।
କନ୍ଧମାଳରୁ ସଦାଶିବ ମିଶ୍ର, ଇଟିଭି ଭାରତ