ଓଡିଶା

odisha

ETV Bharat / state

ଥମୁନି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ ଗର୍ଭବତୀ, ବାଟରେ କଲେ ପ୍ରସବ - pregnant woman carried

କେବେ ସୁଧିରିବ ଆଦିବାସୀ ଅଧ୍ୟୁଷିତଙ୍କ ଜୀବନ ଶୈଳୀ । କେବେ ମିଳିବ ଏମାନଙ୍କୁ ମୌଳିକ ସୁବିଧା । ସେପଟେ ବଢିଚାଲୁଛି ଦୁଃଖ ଦୁର୍ଦ୍ଦଶା । ରାସ୍ତା ଘାଟ ନଥିବାରୁ ଭାରରେ ବାରମ୍ବାର ଜଣେ ପରେ ଜଣେ ଗର୍ଭବତୀ ମହିଳା ଭାରରେ ବୁହା ହୋଇଯାଉଥିବାର ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Aug 12, 2019, 11:50 AM IST

ଫୁଲବାଣୀ: ଥମୁନି ଜନନୀ ଯନ୍ତ୍ରଣା । ପୁଣି ଜଣେ ଗର୍ଭବତୀ ଭାରରେ 3 କି.ମି ରାସ୍ତା ବୁହା ହୋଇଗଲେ । ଆଉ ଯନ୍ତ୍ରଣା ସହି ନପାରି ଅଧାବାଟରେ ପ୍ରସବ କଲେ ମହିଳା । କନ୍ଧମାଳ ଦାରିଙ୍ଗବାଡି ଦୁର୍ଗମ ତାଜୁଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମହିଳା ଜଣକ ହେଲେ ଡୁବୁରୀ ଗାଁର ନିକଦମ ମାଝୀଙ୍କ ସ୍ତ୍ରୀ ମିଖାନ୍ତି ମାଝି ।

ମିଖାନ୍ତିଙ୍କୁ ପ୍ରସବ ଯନ୍ତ୍ରଣା ହେବାକୁ ପରିବାରଲୋକେ 102 ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆସିପାରିନଥିବା ଆମ୍ବୁଲାନ୍ସ । ଫଳରେ ଜଙ୍ଗଲ ରାସ୍ତା ଦେଇ ଭାରରେ ବୋହି ଆଣିଥିଲେ ପରିବାରଲୋକେ । 3 କିମି ଚାଲିବା ପରେ ମିଖାନ୍ତିଙ୍କୁ ଅତ୍ୟଧିକ ଯନ୍ତ୍ରଣା ହେବାକୁ ବାଟରେ ପ୍ରସବ କରାଇଥିଲେ । ପାଖରେ ଏଏନଏମ, ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ଏକ ଶିଶୁ କନ୍ୟାକୁ ସେ ଜନ୍ମ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ବର୍ତ୍ତମାନ ମାଆ ଓ ଶିଶୁଙ୍କୁ ସ୍ବାସ୍ଥ୍ୟବସ୍ଥା ସୁସ୍ଥ ଭଲ ରହିଥିବାବେଳେ ସିକବାଡି ଗାଁରୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀ ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ଏମାନଙ୍କ ଜୀବନ ବାଜିରେ ଲାଗୁଥିବାବେଳେ କେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚିବ ମୌଳିକ ସୁବିଧା । ଆଉ କେବେ ବଦଳିବ ଏମାନଙ୍କ ଜୀବନ ଶୈଳୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details