ଫୁଲବାଣୀ:ବଲିଉଡ୍ରେ ଏବେ ଧମାଲ ମଚାଇଛି ବ୍ଲକ ବ୍ଳଷ୍ଟର ଫିଲ୍ମ ଗଦର-2 । ସାରା ଦେଶରେ ଚହଳ ପକାଇଛି ଏହି ଚଳଚ୍ଚିତ୍ର । ବକ୍ସ୍ ଅଫିସରେ 300 କୋଟି ଟଙ୍କାର ବେପାର କଲାଣି ଏହି ଫିଲ୍ମ । ଆପଣ ଜାଣିଛନ୍ତି କି, ଏହି ଫିଲ୍ମର ସଫଳତା ପଛରେ ଜଣେ ଓଡ଼ିଆ ପୁଅଙ୍କ ହାତ ରହିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପୁଅ ବରୁଣ ବିଶୋୟୀର କମାଲ ଏହି ଫିଲ୍ମରେ ଦେଖିବାକୁ ମିଳିଛି । ସ୍ବପ୍ନ ପୂରଣ ପାଇଁ ମାୟାନଗରୀ ଯାଇଥିବା ବରୁଣ ଗଦର 2ଠୁ ନେଇ ଏକାଧିକ ବଲିଉଡ୍ ଫିଲ୍ମରେ ତାଙ୍କର ଯାଦୁ ଦେଖାଇଛନ୍ତି । ଫଲି ଆର୍ଟିଷ୍ଟ ଭାବେ ଫିଲ୍ମରେ ବିଭିନ୍ନ ସାଉଣ୍ଡ୍ ସୃଷ୍ଟି କରି ପ୍ରଶଂସା ସାଉଁଟିଛନ୍ତି ବରୁଣ ବିଶୋୟୀ ।
ଦାରିଙ୍ଗବାଡିରୁ ବରୁଣଙ୍କ ମାୟାନଗରୀ ଯାତ୍ରା:ପିଲା ଦିନରୁ ମାୟାନଗରୀରେ ନିଜ ପାଇଁ ସ୍ଵପ୍ନ ଦେଖିଥିବା ବରୁଣଙ୍କୁ ସଂଘର୍ଷ କରିବାକୁ ପଡ଼ିଛି । ବାପା ଆରପାରିକୁ ଚାଲି ଯିବା ପରେ ଘର ଚଳାଇବା ପାଇଁ ଟେଲରିଂ ଦୋକାନରେ ସିଲେଇ କାମ କରିବାକୁ ପଡ଼ିଥିଲା । ଅଭାବ ଅନାଟନ ରହିଥିଲେ ମଧ୍ୟ ହାରି ନଥିଲେ । ପିଲାଟି ବେଳୁ ବଲିଉଡ ଜଗତରେ ପାଦ ଦେଇ କିଛି କରିବାର ନିଶା ତାଙ୍କୁ ଘାରିଥିଲା । ଆଉ ସ୍ୱପ୍ନ ପୂରଣ ଲାଗି ନିଜ ମାଆଙ୍କ ଆଶୀର୍ବାଦ ନେଇ ଦାରିଙ୍ଗବାଡ଼ିରୁ ମୁମ୍ବାଇ ଅଭିମୁଖେ ବାହାରି ପଡ଼ିଥିଲେ ବରୁଣ । ମାୟାନଗରୀରେ ପହଞ୍ଚିବା ପରେ ମାୟା ଜାଲରେ ଛନ୍ଦି ହୋଇ ଆରଧନା ଷ୍ଟୁଡିଓରେ ବହୁ କଷ୍ଟରେ କ୍ୟାଟିନ୍ ବୟ ଭାବେ କାମ କରିବାକୁ ଲାଗିଲେ । ଆଉ ଧୀରେ ଧୀରେ ବରୁଣଙ୍କ ଭାଗ୍ୟ ବଦଳିଥିଲା । ସେଠାରେ ଫଲି ଆର୍ଟିଷ୍ଟ ଭାବେ କାମ ଆରମ୍ଭ କଲେ । ଅନେକ ଫିଲ୍ମର ଦୃଶ୍ୟ ତାଙ୍କ ହାତରେ ଜୀବନ୍ତ ହୋଇଛି ।
ଏହା ବି ପଢନ୍ତୁ...Gadar 2 vs OMG 2: 2ୟ ସପ୍ତାହ ବି ଗଦର 2ର ବମ୍ପର କଲେକ୍ସନ ଜାରି, 100 କୋଟି କ୍ଲବରେ ଓଏମଜି 2