ଓଡିଶା

odisha

ETV Bharat / state

ଆଡାସି ପଡାଙ୍କ ଗୋଟିଏ ଜିଦ୍‌: ଟାୱାର ନାହିଁ ତ ଭୋଟ ନାହିଁ - କନ୍ଧମାଳ ନିର୍ବାଚନ ଅପଡେଟ

ଟାୱାର ନାହିଁ ତ ଭୋଟ ନାହିଁ । ଏହିଭଳି କହିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାଶିପଡ଼ା ଗ୍ରାମପଞ୍ଚାୟତବାସୀ । ଅଧିକ ପଢନ୍ତୁ

ଆଡାସି ପଡା ଜିଦରେ ଅଟଳ: ଟାୱାର ନାହିଁ ତ ଭୋଟ ନାହିଁ
ଆଡାସି ପଡା ଜିଦରେ ଅଟଳ: ଟାୱାର ନାହିଁ ତ ଭୋଟ ନାହିଁ

By

Published : Jan 21, 2022, 10:15 AM IST

ଫୁଲବାଣୀ: ଟାୱାର ନାହିଁ ତ ଭୋଟ ନାହିଁ । ମୋବାଇଲ ନେଟଓ୍ବର୍କ ସହିତ ସ୍ୱାସ୍ଥ୍ୟସେବା ମଧ୍ୟ ନାହିଁ । ତେଣୁ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବାରଣ କରିଛନ୍ତି ଗ୍ରାମବାସୀ । ଏହିଭଳି କହିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାଶିପଡ଼ା ଗ୍ରାମପଞ୍ଚାୟତବାସୀ । ସ୍ବାଧୀନତାର ୭୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଡାସି ପଡା ପଞ୍ଚାୟତରେ ବିକାଶର ଛିଟା ପଡିନି । ପଞ୍ଚାୟତ ସ୍ଥାପନ ହେବାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହି ପଞ୍ଚାୟତବାସୀ ବିଭିନ୍ନ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି । ସେଥିମଧ୍ୟରୁ ମୋବାଇଲ୍ ଟାୱାର ଏକ ପ୍ରମୁଖ ସମସ୍ୟା ।

ଆଡାସି ପଡା ଜିଦରେ ଅଟଳ: ଟାୱାର ନାହିଁ ତ ଭୋଟ ନାହିଁ

ଆଜିର ଆଧୁନିକ ଯୁଗରେ ସ୍ମାର୍ଟ ଫୋନ୍ ଏବଂ ମୋବାଇଲ୍ ଟାୱାର ନିତାନ୍ତ ଆବଶ୍ୟକ ହୋଇ ପଡ଼ିଛି । ଏହି ଅଞ୍ଚଳରେ ଟାୱାର ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହି କର୍ଣ୍ଣପାତ କରୁନାହାନ୍ତି । ଯାହାଦ୍ଵାରା ଏହି ଅଞ୍ଚଳରେ କାହାର ଦେହ ଖରାପ ହେଲେ, କିମ୍ବା କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ବାହିନୀର ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।

ସେହିପରି କୋଭିଡ଼ ୧୯ ଯୋଗୁଁ ସ୍କୁଲ, କଲେଜ ସବୁ ବନ୍ଧ ହୋଇଯିବା ଯୋଗୁଁ ପାଠପଢାରେ ବଡ ବାଧାସୃଷ୍ଟି ହେଲା । କୋଭିଡ ଗାଇଡ ଲାଇନ ଅନୁଯାୟୀ ସରକାର ଅନଲାଇନରେ ପାଠପଢା ବ୍ୟବସ୍ଥା କଲେ । କିନ୍ତୁ, ଏହି ଅଞ୍ଚଳରେ ସ୍ବାଧୀନତାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ମୋବାଇଲ୍ ଟାୱାରଟିଏ ନିର୍ମାଣ ହୋଇନଥିବା ଯୋଗୁଁ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠ ପଢାରୁ ବଞ୍ଚିତ ହେଲେ ଆଉ କିଛି ଛାତ୍ରଛାତ୍ରୀ ବନପାହାଡ, ଗଛ ଓ ବଡ଼ ବଡ଼ ପଥର ଚଟାଣ ଉପରେ ଚଢି ଜୀବନ ବାଜି ଲଗେଇ ପାଠ ପଢୁଥିଲେ ।

ତେଣୁ, ସରକାରଙ୍କର ଅଣଦେଖା ନୀତିକୁ ବିରୋଧ କରି ଭୋଟ ବର୍ଜନ କରିବା ପାଇଁ ପଞ୍ଚାୟତବାସୀ ନିଷ୍ପତ୍ତି ନେଇଛନ୍ତି । ସେହିପରି ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବା ପାଇବାରେ ବଞ୍ଚିତ ହେଉଥିବା କହିଛନ୍ତି । ତେଣୁ, କୌଣସି ପଞ୍ଚାୟତବାସୀ କୌଣସି ପଦବୀ ପାଇଁ ପ୍ରାଥିପତ୍ର ଦାଖଲ କରୁନାହାନ୍ତି । ଟାୱାର ସମସ୍ୟା ଏବଂ ସ୍ବାସ୍ଥ୍ୟସେବା ସମସ୍ୟା ଉପରେ ଗୁରୁତ୍ୱ ନଦିଆଗଲେ ଭୋଟ ବର୍ଜନ ହେବା ସହିତ ପ୍ରଥିପତ୍ର ଦାଖଲକୁ ବାରଣ କରିଛନ୍ତି ପଞ୍ଚାୟତବାସୀ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details