ଫୁଲବାଣୀ: ପୁଣି ରାଜ୍ୟରେ ଅଣାୟତ୍ତ ସ୍ଥିତିରେ କୋରୋନା । ଏହାର ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାଠାରେ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କରାଯାଇ ସବୁ ଦୋକନା ବଜାରକୁ ବନ୍ଦ କରାଯାଇଛି ।
ରାତିରେ ପୋଲିସ ବାହିନୀ ପଇଁତାରା ମାରି କଡାକଡି ଯାଞ୍ଚ କରିଛି । ଫୁଲବାଣୀ,ବାଲିଗୁଡ଼ା,ଘୁ.ଉଦୟଗିରି ସହରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ସାମିଲ ହୋଇଥିବା ବେଳେ ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ତହସିଲଦାର ସବୁ ସ୍ଥାନକୁ ଯାଇ ନିଜେ ସମୀକ୍ଷା କରିଛନ୍ତି।