ଓଡିଶା

odisha

ETV Bharat / state

ଧୋଇଗଲା ରାଜପଥ ଡାଇଭରସନ ପୋଲ - କନ୍ଧମାଳ ଜାତୀୟ ରାଜପଥ

ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ପରମପଙ୍ଗା ଓ ବାଟାଗୁଡା ଠାରେ ନିର୍ମାଣାଧୀନ 59 ନମ୍ବର ଜାତୀୟ ରାଜପଥ ଡାଇଭରସନ ପୋଲ ଭାସି ଯାଇଛି । କନ୍ଧମାଳ-ରାୟଗଡା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jul 28, 2019, 3:01 AM IST

ଫୁଲବାଣୀ: ବର୍ଷା ହେଉ ହେଉ ବେହାଲ କନ୍ଧମାଳ । ଭାସିଗଲା ଜାତୀୟ ରାଜପଥ ପୋଲ । ପୂର୍ବ ସହିତ ପଶ୍ଚିମ ଓ ଦକ୍ଷିଣ ଓଡିଶା ସଡକ ଯୋଗାଯୋଗ ପ୍ରଭାବିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟ ପରମପଙ୍ଗା ଓ ବାଟାଗୁଡା ଠାରେ ନିର୍ମାଣଧୀନ 59 ନମ୍ବର ଜାତୀୟ ରାଜପଥ ଡାଇଭରସନ ପୋଲ ଭାସି ଯାଇଛି । ଫଳରେ କନ୍ଧମାଳ ଜିଲ୍ଲା ସହିତ ରାୟଗଡା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୂର୍ବ ସହିତ ପଶ୍ଚିମ ଓ ଦକ୍ଷିଣ ଓଡିଶା ସଡକ ଯୋଗାଯୋଗ ପ୍ରଭାବିତ ହୋଇଛି ।

ରାସ୍ତା ମରାମତି କାର୍ଯ୍ୟ ଚାଲିଥିବା ବେଳେ ତୁରନ୍ତ ମରାମତି କରି ଟ୍ରାଫିକ ନିୟନ୍ତ୍ରଣ କରିବା ଏବେ ବଡ ଚ୍ଯାଲେଞ୍ଜ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details