ଓଡିଶା

odisha

ETV Bharat / state

ସୂଚନା ଅଧିକାର କର୍ମୀଙ୍କ ହତ୍ୟାକାଣ୍ଡକୁ 4ଦିନ, ଅଭିଯୁକ୍ତ ଗିରଫ ଦାବିରେ ରାସ୍ତା ରୋକ

ବାଲିଗୁଡାଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-59କୁ ଅବରୋଧ କଲେ ଲୋକେ ।

rti activist murder case
ଅଭିମନ୍ୟୁ ପଣ୍ଡା ହତ୍ୟାକାରୀ ଗିରଫ ଦାବି

By

Published : Dec 14, 2019, 11:21 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାରୀ କର୍ମୀ ତଥା ବାଟାଗୁଡାର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାକୁ ବିତିଛି 4ଦିନ । ମାତ୍ର ଏବେ ସୁଦ୍ଧା ପୋଲିସର ହାତଖାଲି ରହିଛି । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ 59 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି ।

ଅଭିମନ୍ୟୁ ପଣ୍ଡା ହତ୍ୟାକାରୀ ଗିରଫ ଦାବି

ଏନେଇ ବାଲିଗୁଡାଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-59କୁ ଅବରୋଧ କରିଛନ୍ତି । ଶୁକ୍ରବାର ବାଟାଗୁଡା ସମେତ ଚାରି ପଞ୍ଚାୟତବାସୀ ଏକତ୍ରିତ ହୋଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ବାଲିଗୁଡା ଥାନା ପୋଲିସ ଓ ବିଡିଓ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ । ଏପରିକି ବିଡିଓ ନରେଶଚନ୍ଦ୍ର ଶବର ମଧ୍ୟ ମାଜିଷ୍ଟ୍ରେଟ ଦାୟିତ୍ବରେ ଲୋକଙ୍କୁ ବୁଝାସୁଝା ପାଇଁ ଯାଇଥିଲେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ।

ହତ୍ୟାକାରୀଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଗ୍ରାମବାସୀ ।

ସୂଚନା ଯୋଗ୍ୟ ଯେ, ଗତ ମଙ୍ଗଳବାର ସକାଳେ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର କୋଡିଏ ମିଟର ଦୂରତାରେ କେହି ଦୃବୁତ୍ତ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ଫେରାର ହୋଇଥିଲେ । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି ପ୍ରଶାସନ ।


କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details