ଓଡିଶା

odisha

ବାଲିଗୁଡାରେ ଉପସ୍ଥିତି ଜାହିର କଲେ ଲାଲବାହିନୀ, ପୋଡିଲେ 4 ଗାଡି

By

Published : Aug 17, 2020, 12:09 PM IST

Updated : Aug 17, 2020, 10:55 PM IST

ବାଲିଗୁଡାରେ ମାଓ ହିଂସା, 4 ଟି ଗାଡି ପୋଡିଲେ ନକ୍ସଲ
ବାଲିଗୁଡାରେ ମାଓ ହିଂସା, 4 ଟି ଗାଡି ପୋଡିଲେ ନକ୍ସଲ

12:04 August 17

ବାଲିଗୁଡାରେ ମାଓ ହିଂସା, ପୋଡିଲେ 4 ଟି ଗାଡି

ବାଲିଗୁଡାରେ ମାଓ ହିଂସା, ପୋଡିଲେ 4 ଟି ଗାଡି

କନ୍ଧମାଳ: ବହୁଦିନର ନୀରବତା ପରେ ପୁଣି ସକ୍ରିୟ ମାଓବାଦୀ । 7ଜଣ ସାଥୀ ମାଓବାଦୀଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଲାଲ ବାହିନୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଠିକାଦାର କ୍ୟାମ୍ପ ଉପରେ ହମଲା କରି ଚାରୋଟି ଗାଡି ପୋଡି ଦେଇଛନ୍ତି ।  

ପୋଲିସ ଏନକାଉଣ୍ଟରରେ ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଅଗଷ୍ଟ 18 ରୁ 24 ତାରିଖ ପର୍ଯ୍ୟନ୍ତ କନ୍ଧମାଳ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି l ରବିବାର ବାଲିଗୁଡା ଥାନା ଓ କ ନୂଆଗାଁ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ମାରିଥିଲେ l  

ବିଳମ୍ବିତ ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ କଞ୍ଜାଲଗୁ ଘାଟିରେ ରାସ୍ତା କାମରେ ନିୟୋଜିତ ଥିବା ରେଖା ସିଙ୍ଗଲ ନାମକ ଏକ ଠିକାଦାର ସଂସ୍ଥା ଉପରେ kkbn ମାଓ ସଂଗଠନ ଆକ୍ରମଣ କରି ୪ ଗାଡି ପୋଡିଦେଇଛି । ୨ ଟି ଟ୍ରାକ୍ଟର, ଡମ୍ପର ଓ ଏକ ଟ୍ରକକୁ ପୋଡିଦେଇଥିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  

ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲାଗିଛି l  

ପୋଲିସ ପକ୍ଷରୁ ଯାଞ୍ଚକୁ କଡାକଡ଼ି କରାଯିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି  । ଏରିଆ ଡୋ ମିନେସନ୍ କୁ ଜୋର୍ ଦିଆଯାଇଛି । ନକ୍ସଲ ବିରୋଧୀ ଅପରେସନରେ ମାହିର୍ ଏସଓଜି ଓ ଡ଼ିବିଏଫ ଯବାନ ସହିତ ସିଆରପିଏଫ୍ ର କୋବ୍ରା ବାଟାଲିୟନ ମଧ୍ୟ ଅପରେସନରେ ଲାଗିଛନ୍ତି।

ଅନ୍ୟପଟେ ପୁଣି ଥରେ ମାଓବାଦୀଙ୍କ ମାଓବାଦୀଙ୍କ ଲଙ୍କାକାଣ୍ଡକୁ ନେଇ ଲୋକଙ୍କ ମନରେ ଛନକା ପଶିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Aug 17, 2020, 10:55 PM IST

ABOUT THE AUTHOR

...view details