ଓଡିଶା

odisha

ETV Bharat / state

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ 2023 ପାଳିତ - national nutrition week 2023 celebration

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ କାର୍ଯ୍ୟାଳୟର ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ଠାରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ଆୟୋଜିତ ଓ ଜନ ବିକାଶ ଜି ଉଦୟଗିରିର ମିଳିତ ସୌଜନ୍ୟରେ ଏହି ସଚେତନତାମୂଳକ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ସେପ୍ଟେମ୍ବର ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଭାବରେ ପାଳନ କରାଯାଏ

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ 2023 ପାଳିତ
ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ 2023 ପାଳିତ

By ETV Bharat Odisha Team

Published : Sep 29, 2023, 4:10 PM IST

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ 2023 ପାଳିତ

କନ୍ଧମାଳ:କନ୍ଧମାଳ ଜିଲ୍ଲାଜି.ଉଦୟଗିରି ବ୍ଲକ କାର୍ଯ୍ୟାଳୟର ସ୍ୱୟଂ ସହାୟକ ଗୋଷ୍ଠୀ ତାଲିମ କେନ୍ଦ୍ର ଠାରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଛି । ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱାରା ଆୟୋଜିତ ଓ ଜନ ବିକାଶ ଜି ଉଦୟଗିରିର ମିଳିତ ସୌଜନ୍ୟରେ ଏହି ସଚେତନତାମୂଳକ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ସେପ୍ଟେମ୍ବର ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଭାବରେ ପାଳନ କରାଯାଏ । ତେବେ ପ୍ରୋଜେକ୍ଟ ସ୍ତରୀୟ କାର୍ଯ୍ୟକ୍ରମରେ ୪ଟି କ୍ଲଷ୍ଟରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଷଷ୍ଠ ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ସହ ସମସ୍ତ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ରଖାଯାଇଥିଲା । ପ୍ରୋଜେକ୍ଟ ସ୍ତରୀୟ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଲଷ୍ଟର ଅନ୍ତର୍ଗତ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହେଇଥିବା କିଶୋରୀ ଓ ବିଭିନ୍ନ ମାଆ ଶିଶୁଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରିଥିଲେ ମିଶନ ଶକ୍ତିର କ୍ଷେତ୍ର କର୍ମୀ କବିତା ଗମାଙ୍ଗ ।

ଏହାମଧ୍ୟ ପଢନ୍ତୁ..G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ୍‌ ଚାଷୀ

ପରେ ମିଲେଟ୍ ମିଶନ ଓ ପୋଷଣ ବିଷୟକୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିଲେ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ତେବେ କାର୍ଯ୍ୟକ୍ରମରେ ଜନବିକାଶ, ଜି ଉଦୟଗିରି ପକ୍ଷରୁ ହିସାବ ରକ୍ଷକ ମିନାକ୍ଷୀ ନାୟକ ଓ ପ୍ରମିଷ୍ ରାଜ୍ ନାୟକ, ସିଇଓ ସଲିଟ୍ କୁମାର୍ ନାୟକ, ସିଆରପି ସୁପ୍ରିୟା ନାୟକ, ଚେତନ କୁମାର୍ ନାୟକ, ସୁବାସ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସାହାର୍ଯ୍ୟ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ସୁଶ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ, ସିଡିପିଓ କଳ୍ପନା ଶତପଥି, ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ କୁମୁଦିନୀ ଦିଗାଳ, ମିଲେଟ ମିଶନ ବ୍ଲକ ସହକାରୀ ପ୍ରୋଗ୍ରାମ କଡିନେଟର ସଚ୍ଚିଦାନନ୍ଦ ମାଝୀ, ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ପୋଷଣ ମାସ କାର୍ଯ୍ୟକ୍ରମରେ ଶିଶିର କାନ୍ତ ଦିଗାଳ( ବିପିଶି) ମିଶନ ଶକ୍ତି ସ୍ୱାଗତ ଭାଷଣ ଦେଇ ପୋଷଣର ପାଞ୍ଚୋଟି ସୂତ୍ର ପରିଷ୍କାର ପରିଚ୍ଛନ୍ନତା, ୧୦୦୦ ଦିନ ଗୁରୁତ୍ୱ, ରକ୍ତ ହିନତା, ପୌଷ୍ଟିକ ଆହାର, ଡ଼ାଇରିଆ ରୋକିବା ଉପରେ ଉପସ୍ଥିତ ଅଙ୍ଗନ ୱାଡି କର୍ମୀଙ୍କୁ ଅବଗତ କରାଇଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details