ଫୁଲବାଣୀ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ଫା ଠାରେ ୧୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ଜଣେ ଲୋକଙ୍କ କର୍କଟ ରୋଗରେ ମୃତ୍ୟୁବରଣକୁ ନେଇ ଅବହେଳା କରାଯାଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ଚିକିତ୍ସା ଅବହେଳାରୁ ମୃତ୍ୟୁ ନେଇ ଜାତୀୟ ରାଜପଥ ଅବରୋଧ - ଜାତୀୟ ରାଜପଥ ଅବୋରୋଧ
ଜଣେ କର୍କଟ ରୋଗୀଙ୍କ ଅବସ୍ଥା ଗୁରୁତର ଥିବାବେଳେ, ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚିକିତ୍ସା ଅବହେଳାରେ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବୋରୋଧ
ଆଜି (ସୋମବାର) ସକାଳେ ଗାଁର ଜଣେ କର୍କଟରେ ଗୁରୁତର ରୋଗୀଙ୍କୁ ଫୁଲବାଣୀ ମେଡିକାଲ ନିଆଯାଇଥିଲା। କିନ୍ତୁ କୋରୋନାକୁ ନେଇ ମେଡିକାଲରେ ଭୟ ଜାରି ରହିଥିବାବେଳେ, ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦ କରି ଗାଁରେ ରାସ୍ତାରୋକ କରାଯାଇଛି। ଫଳରେ ବୌଦ୍ଧ ଜିଲ୍ଲାରୁ କନ୍ଧମାଳକୁ ଯୋଗାଯୋଗ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ