ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଏବେ ଶ୍ରୀହୀନ। ସହର ମଧ୍ୟର ମୁଖ୍ୟ ରାସ୍ତାରେ ଦିନେ ଶହ ଶହ ବର୍ଷ ଧରି ସୁନ୍ଦର ବିଶାଳ ବୃକ୍ଷ ଶୋଭା ପାଉଥିଲା। ଆଜି କିନ୍ତୁ ସବୁ କାଟି ନିଶ୍ଚିହ୍ନ କରିଦିଆଯାଇଛି । ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ନାଁରେ ପୁଣି ଏବେ ଗଛକଟା ଚାଲିଛି ।
ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଗଛକଟା - kandhamal news
ଫୁଲବାଣୀରେ ଜାତୀୟ ରାଜପଥର ପ୍ରଶସ୍ତିକରଣ ନାମରେ ଗଛକଟା ଚାଲିଛି। ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ ଆଗକୁ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
ଫୁଲବାଣୀ ସହର ମଧ୍ୟ ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥର ବିଶାଳ ଗଛ ସବୁ କାଟି ସଫା କରାଯାଇଛି। ଫଳରେ ସହର ଏବେ ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଛି। ଗୋଟିଏ ଗଛ ସ୍ଥାନରେ 10ଟି ଗଛ ଲଗାଇବା ନିୟମ ଥିଲେ ହେଁ ଏହି ନିୟମକୁ ମାନୁନାହିଁ ଜାତୀୟ ରାଜପଥ ବିଭାଗ। ଏହାକୁ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ । ଏ ନେଇ ଆଗକୁ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ