ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ +୨ ପ୍ରଥମ ବର୍ଷ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ନାମ ଯୁଗଳ କିଶୋର କହଁର । ଯାହା ସୂଚନା ରହିଛି ଖଜୁରୀପଡ଼ା ବ୍ଲକର ଚକାପଥର ଗ୍ରାମର କାମେଶ୍ୱର କହଁରଙ୍କ ପୁଅ ଯୁଗୋଳ କିଶୋର କହଁର ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ପଢୁଥିଲେ । ଆଜି(ଶନିବାର) କିଛି ଛାତ୍ର ସ୍କୁଲ୍ ପାଚେରୀ ଡେଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଯୁଗଳ ଗାଧୋଉଥିବାବେଳେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ ।
ମୃତ ଛାତ୍ର ଯୁଗଳଙ୍କୁ ବୁଡ଼ିବାର ଦେଖି ତାଙ୍କ ସାଙ୍ଗମାନେ ଉଦ୍ଧାର କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ମୃତ ନାବାଳକ ଛାତ୍ରଙ୍କ ମା’ ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ମା’ଙ୍କ କହିବା ଅନୁଯାୟୀ, ଦୁଇଦିନ ହେଲା ତାଙ୍କ ପୁଅକୁ ସ୍କୁଲରେ ଛାଡି ଆସିଥିଲେ ।