କେନ୍ଦ୍ରାପଡା: ବିଜେଡି ରାଜ୍ୟସଭା ସାଂସଦ ସୁବାଷ ସିଂ ରାଜ୍ୟର ୩ଟି ପ୍ରମୁଖ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି l ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ ଯୋଜନା ଅଧିନରେ ଏହି ବିଦ୍ୟାଳୟ ଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସାଂସଦ l
୩ଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ସାଂସଦ ସୁବାସ ସିଂହ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନ ନଗରର ପଦ୍ମ ଲୋଚନ ବିଦ୍ୟାପୀଠ, ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍ କୁରୁଲର ରାମଜି ହାଇସ୍କୁଲ ଓ କଟକ ମ୍ୟୁନିସିପାଲିଟି ୫ ନମ୍ଵର ୱାର୍ଡର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସାଂସଦ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି l
୩ଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ସାଂସଦ ସୁବାସ ସିଂହ ତେବେ ଏହି ବିଦ୍ୟାଳୟର ପାନୀୟ ଜଳ ଯୋଗାଣ, କମ୍ପ୍ୟୁଟର ଶିକ୍ଷାକୁ ପ୍ରୋତ୍ସାହନ, ଲାବ୍ରୋଟୋରୀ ଓ ଲାଇବ୍ରେରୀ ନିର୍ମାଣ, କ୍ରୀଡା, ବିଜ୍ଞାନ, ସାଂସ୍କୃତିକ କାର୍ଯ୍ୟକଳାପ ପ୍ରଭୃତିର ବିକାଶ ଓ ପ୍ରୋତ୍ସାହନ, ସ୍କାଉଟ, ଗାଇଡ୍, ଏନସିସିର ଭିତ୍ତିଭୂମି ବିକାଶ ପ୍ରଭୃତି କାର୍ଯ୍ୟ ପ୍ରତି ସାଂସଦ ଗୁରୁତ୍ଵ ଦେବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି l
ତେବେ ସ୍ଥାନୀୟ ଅଭିଭାବକମାନଙ୍କୁ ଏହି ବିକାଶ ମୂଳକ କାର୍ଯ୍ୟ ରେ ସେ ସାମଲ କରିବା ପାଇଁ ସ୍ଥିର କରିଛନ୍ତି l ଖୁବଶୀଘ୍ର ରାଜ୍ୟସଭା ସାଂସଦ ଏହି ସବୁ ବିଦ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଅନ୍ୟପକ୍ଷରେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏନେଇ ସନ୍ତୋଷ ପ୍ରକାଶ କରିଛନ୍ତି l
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ