ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବରୁ କନ୍ଧମାଳର ବିକାଶ ହୋଇପାରୁନି: ଅପରାଜିତା ଷଡଙ୍ଗୀ - ଅପରାଜିତା ଷଡଙ୍ଗୀ କନ୍ଧମାଳ ଗସ୍ତ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ କନ୍ଧମାଳର ବିକାଶ ହୋଇପାରୁନି । ଅଧିକ ପଢନ୍ତୁ

ଅପରାଜିତା ଷଡଙ୍ଗୀ କନ୍ଧମାଳ ଗସ୍ତ
ଅପରାଜିତା ଷଡଙ୍ଗୀ କନ୍ଧମାଳ ଗସ୍ତ

By

Published : Aug 17, 2023, 7:13 AM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ଅପାର ସମ୍ଭାର ରହିଛି । କିନ୍ତୁ ଏହାର ବିକାଶ ହୋଇପାରୁନି । ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ କନ୍ଧମାଳର ବିକାଶ ହୋଇପାରୁ ନାହିଁ । ୭୭ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଫୁଲବାଣୀ ଠାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ଅମୃତ କନ୍ଧମାଳ ମହୋତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ।

ସାଂସଦ କହିଛନ୍ତି ଯେ, କନ୍ଧମାଳ ଗରିବ, ଶୋଷିତ, ପୀଡିତ ଲୋକଙ୍କର ଜାଗା । ଏହି ଜିଲ୍ଲାରେ ଦାରିଦ୍ର୍ୟତା ଭରି ରହିଛି । ଏଠାରେ ଏ ଯାଏଁ ରେଳଲାଇନ ନାହିଁ । ରେଳ ପାଇଁ ଜିଲ୍ଲାବାସୀଙ୍କୁ ୧୫୦ କିଲୋମିଟର ଯିବାକୁ ପଡୁଛି । ସେହିପରି କ୍ଷୁଦ୍ର ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀମାନେ ବର୍ଷକୁ କେବଳ ଗୋଟିଏ ଫସଲ କରିପାରୁଛନ୍ତି । ରାଜ୍ୟ ସରକାର ବସୁଧା ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ରୋଡମ୍ୟାପ୍ ହୋଇନଥିବାରୁ ସବୁ ଘରେ ପାଣି ପହଞ୍ଚି ପାରୁନାହିଁ ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପଲିଟିକ୍ସ ! କଂଗ୍ରେସ କହିଲା ନିର୍ବାଚନୀ ଧୂଆଁବାଣ

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ହାତରେ କାମ ନାହିଁ । କେବଳ ବ୍ୟାଙ୍କରୁ ଋଣ ଦେବାପାଇଁ ମିଶନ ଶକ୍ତି କରାଯାଇ ନଥିଲା । କାହିଁକି ରାଜ୍ୟ ସରକାର କନ୍ଧମାଳର ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସରକାର ଜିଲ୍ଲାରେ ମାଣ୍ଡିଆ ମିଶନ ଆରମ୍ଭ କରିବା ସହିତ କନ୍ଧମାଳ ହଳଦୀର ଅଧିକ ପ୍ରଚାର ପ୍ରସାର କରିବାକୁ ସେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 18ରେ ପୁରୀର ସଦର ବ୍ଲକ କାର୍ଯ୍ୟଳୟ ଘେରିବ କଂଗ୍ରେସ

କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ, ପାହାଡ ପର୍ବତ, ଝରଣା ଇତ୍ୟାଦି ସବୁପ୍ରକାର ପ୍ରାକୃତିକ ସମ୍ବଳ ଭରପୂର ଅଛି । ଏଠାରେ ଅନେକ ଇକୋ ଟ୍ୟୁରିଜିମ ପ୍ରକଳ୍ପ ହୋଇପାରିବ । ପର୍ଯ୍ୟଟନର ଅପାର ସମ୍ଭାର ଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଏହି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । କେନ୍ଦ୍ର ସରକାର ଏଥିପାଇଁ ସହଯୋଗ କରିବେ । ପର୍ଯ୍ୟଟନର ବିକାଶ ହେବ । ପର୍ଯ୍ୟଟନର ବିକାଶ ହେଲେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟ ସରକାର ଚେଷ୍ଟା କରନ୍ତୁ । କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ସାଂସଦ କହିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details