ଓଡିଶା

odisha

ETV Bharat / state

ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବ ନୋଟିସ

ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ । କାଉନସିଲର ମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବାରୁ ଅତିଷ୍ଠ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ। 10 ନମ୍ବର କାଉନସିଲର ବରୋଦାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 7 କାଉନସିଲର ଅନାସ୍ଥା ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Sep 29, 2019, 1:12 AM IST

କନ୍ଧମାଳ: ବାଲିଗୁଡା ଏନଏସି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି 7ଜଣ କାଉନସିଲର। ଜିଲ୍ଲାପାଳଙ୍କୁ ଜଣାଇ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ବାଲିଗୁଡା ଏନ୍ଏସି ଅଧ୍ୟକ୍ଷା ମମତା ବେହେରା ଏବଂ ଉପାଧ୍ୟକ୍ଷ ଲୋକନାଥ ପାଢୀଙ୍କର ପ୍ରତି ସଂଖ୍ୟାଧିକ କାଉନସିଲରଙ୍କର ଆସ୍ଥା ନାହିଁ ବୋଲି ନୋଟିସ ଦେଇଛନ୍ତି ।

ବାଲିଗୁଡା ଏନ୍ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢିଙ୍କୁ ବହିଷ୍କୃତ କରିବା ପାଇଁ ସଜବାଜ ହେଉଛନ୍ତି ବିଜେଡିର 7ଜଣ କାଉନସିଲର । କାଉନସିଲର ମାନଙ୍କୁ ଅଣଦେଖା କରି ଉନ୍ନୟନ କାର୍ଯ୍ୟରେ ସାମିଲ କରୁନଥିବା ଅଭିଯୋଗ କରିଛନ୍ତି । ସେମାନେ ଏନ୍ଏସି ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରି ନିଜ ଇଚ୍ଛାରେ ସବୁ କାମ କରୁଛନ୍ତି । କାଉନସିଲର ମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବାରୁ ଅତିଷ୍ଠ ହୋଇ 10 ନମ୍ବର କାଉନସିଲର ବରୋଦାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 7 କାଉନସିଲର ଅନାସ୍ଥା ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଲିଖିତ ନୋଟିସ ଦେଇଛନ୍ତି।

ଉପାଧ୍ୟକ୍ଷ ଲୋକନାଥ ପାଢୀ ପ୍ରତିକ୍ରିୟାରେ କହିଛନ୍ତି ମୋ ପାଖରେ କୌଣସି ଖବର ନାହିଁ କିମ୍ବା କୌଣସି ନୋଟିସ ପାଇନାହିଁ । ଯଦି ସେପରି କିଛି ହୁଏ ତାହା ହେଲେ ମୁଁ ନିଶ୍ଚିତ ଭାବରେ ସମାଧାନ କରିବି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details