ଓଡିଶା

odisha

ETV Bharat / state

କନ୍ଧମାଳରେ ଲଗାଣ ବର୍ଷା, ଭାଙ୍ଗିଲା ୯୩ କଚ୍ଚା ଘର - କନ୍ଧମାଳରେ ଲଗାଣ ବର୍ଷା

କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ୯୩ଟି କଚ୍ଚାଘର । ଅଧିକ ପଢନ୍ତୁ

କନ୍ଧମାଳରେ ଲଗାଣ ବର୍ଷା, ଭାଙ୍ଗିଲା ୯୩ କଚ୍ଚା ଘର
କନ୍ଧମାଳରେ ଲଗାଣ ବର୍ଷା, ଭାଙ୍ଗିଲା ୯୩ କଚ୍ଚା ଘର

By

Published : Jul 18, 2022, 11:06 PM IST

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୯୩ଟି କଚ୍ଚା ଘର ଭାଙ୍ଗିଛି । ପ୍ରଶାସନ ପକ୍ଷରୁ ମୋଟ ୯୮ ପରିବାରକୁ ପଲିଥିନ ଦିଆଯାଇଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେଇଛି ।

କନ୍ଧମାଳରେ ଲଗାଣ ବର୍ଷା, ଭାଙ୍ଗିଲା ୯୩ କଚ୍ଚା ଘର

ଫୁଲବାଣୀ ସହର ନାରାୟଣୀ ମନ୍ଦିର ପାଖ ତ୍ରିଦେବ ନଗରରେ ବସବାସ କରୁଥିବା ମୋଟ ୨୦୮ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ସଭାଗୃହରେ ରଖାଯାଇ ସେମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ କରାଯାଇଥିଲା । ସୋମବାର ବର୍ଷା ନ ହେବାରୁ ସେମାନଙ୍କୁ ତାଙ୍କ ଘରକୁ ଛାଡି ଦିଆଯାଇଛି । ପ୍ରବଳ ବର୍ଷା ସତ୍ତ୍ବେ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା, ପୋଲ ଆଦିର କିଛି କ୍ଷୟକ୍ଷତି ହୋଇ ନ ଥିବା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଜି. ଉଦୟଗିରି ବ୍ଲକରେ ସର୍ବାଧିକ ୨୦, ଫୁଲବାଣୀ ୧୭, ଖଜୁରୀପଡା ୧୪, ରାଇକିଆ ୧୦, କ. ନୂଆଗାାଁ ୬, ଫିରିଙ୍ଗିଆ ୩, ଚକାପାଦ ୯, କୋଟଗଡ ୨, ଦାରିଙ୍ଗିବାଡି ୮, ଟିକାବାଲି ୬ ଏବଂ ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ୩ଟି ଘର ଭାଙ୍ଗି ଯାଇଛି । ଗତ ଶନିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ଫୁଲବାଣୀରେ ସର୍ବାଧିକ ୧୮୩.୪ ମିମି ବର୍ଷା ରେକର୍ଡ କରାଯାଇଥିଲା । ଲଗାଣ ବର୍ଷା ଯୋଗୁ ସହରର ଅନେକ ସାହିର ଲୋକଙ୍କ ଘରେ ପାଣି ବସି ଯାଇଥିଲା । ଲୋକେ ନାହିଁ ନ ଥିବା ହଇରାଣ ହୋଇଛନ୍ତି । ଏବେ ବର୍ଷା ବନ୍ଦ ହେବାରୁ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details