ଫୁଲବାଣୀ:ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଏହି ରାୟ ଶୁଣାଇଥିବା ବେଳେ ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଏହା ଅନାଦେୟ ହେଲେ ଅଧିକ ୪ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଞ୍ଚଳର ହରିବନ୍ଧୁ ପାତ୍ର ।
ମିଳିଥିବା ସୂଚନା ଅନୁସାରେ, ୨୦୧୬ ନଭେମ୍ବର ୨୬ରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ହରିବନ୍ଧୁ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା । ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ନାବାଳିକା ଜଣଙ୍କୁ ଧମକ ମଧ୍ୟ ଦେଇଥିଲେ । ପରେ ପୀଡିତା ଜଣକ ଅଭିଯୁକ୍ତଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶୀକାର ହେବା ପରେ ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ଡକାଯାଇଥିଲା । କିନ୍ତୁ ହରିବନ୍ଧୁ ସେଠାରେ ନିଜ ଦୋଷ ସ୍ୱୀକାର କରିନଥିଲା ।