ଓଡିଶା

odisha

ETV Bharat / state

୨୦୧୮ ମସିହା ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ - ଫୁଲବାଣୀରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । 2018 ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ମାମଲାର ବିଚାର କରି କୋର୍ଟ ରାୟ ଶୁଣାଇଛନ୍ତି । ଅଧିକ ପଢ଼ନ୍ତୁ

minor girl rape case phulbani court sentenced 10 year prison to the accused
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ 10 ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ

By

Published : Apr 30, 2022, 3:01 PM IST

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତକୁ 55 ହଜାର ଟଙ୍କାର ଜୋରିମାନା ସହ ଅନାଦେୟ ଅତିରିକ୍ତ 7 ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । 2018 ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ମାମଲାର ବିଚାର କରି କୋର୍ଟ ରାୟ ଶୁଣାଇଛନ୍ତି ।

ମାମଲାରୁ ପ୍ରକାଶ ଯେ, ୨୦୧୮ ମସିହାରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗ୍ରାମର ଜଣେ ନାବାଳିକା ଗ୍ରୀଷ୍ମ ଛୁଟିରେ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ସେହି ଗ୍ରାମର ଅଭିଯୁକ୍ତ ଜଣକ ନାବାଳିକା ଏକୁଟିଆ ଥିବାର ସୁଯୋଗରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏହି ବାବଦରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିବା ନେଇ ପୀଡିତା କହିଥିଲେ। ସେ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ। ସେଠାରେ ପୀଡିତା ଗର୍ଭବତୀ ଥିବା ଜଣାପଡ଼ିଥିଲା ।

ଏହାପରେ ପୀଡିତାଙ୍କ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା ୮/୨.୨.୨୦୧୯ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାରେ ୧୧ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପୀଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଭାଗିରଥୀ ମଲ୍ଲିକ (୨୩)କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ମାମଲାର ପରିଚାଳନା ସ୍ବତନ୍ତ୍ର ପିପି ବନମାଳୀ ବେହେରା କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details