ଓଡିଶା

odisha

ETV Bharat / state

Panchayat Election: ଜମୁଛି ପ୍ରଚାର, ପ୍ରାର୍ଥୀଙ୍କ ପାଇଁ ମୈଦାନରେ ମନ୍ତ୍ରୀ - minister pratap jena conducts door to door campaign

ଚାରିଆଡ଼େ ଜମୁଛି ନିର୍ବାଚନୀ ପ୍ରଚାର । କନ୍ଧମାଳ ଜିଲ୍ଲାରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଶାସକ ଦଳର ନେତା । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ସଭାର ମଧ୍ୟ ଆୟୋଜନ ହୋଇଛି। ଅଧିକ ପଢ଼ନ୍ତୁ

election meeting by pratap jena in kandhamal
panchayat election: କନ୍ଧମାଳରେ ପ୍ରତାପ ଜେନାଙ୍କ ନିର୍ବାଚନୀ ସଭା

By

Published : Feb 6, 2022, 1:25 PM IST

ଫୁଲବାଣୀ:ଚାରିଆଡ଼େ ଜମୁଛି ନିର୍ବାଚନୀ ପ୍ରଚାର । କନ୍ଧମାଳ ଜିଲ୍ଲାରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଶାସକ ଦଳର ନେତା। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନ ସଭାର ମଧ୍ୟ ଆୟୋଜନ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ୧୫ ଓ ୧୬ ନଂ ଜିଲା ପରିଷଦ ଜୋନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।

panchayat election: କନ୍ଧମାଳରେ ପ୍ରତାପ ଜେନାଙ୍କ ନିର୍ବାଚନୀ ସଭା

ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ବରେ ୧୫ ନଂ ଜୋନ ସଲାଗୁଡା ପଞ୍ଚାୟତର ବିଜେଡି କାର୍ଯ୍ୟାଳୟରେ ସ୍ବଳ୍ପ କର୍ମୀଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଦୁଇ ଜୋନର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟା ଭୋଟରେ ବିଜୟୀ କରିବାକୁ ମନ୍ତ୍ରୀ ସମସ୍ତ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ପ୍ରତିଶୃତି ଦେଇଥିଲେ।

ଆୟୋଜିତ ସଭାରେ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ଓ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଂହର ଯୋଗ ଦେଇଥିଲେ। ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେରଙ୍କ ସମେତ ଅନେକ ବରିଷ୍ଠ ବିଜେଡି ନେତୃ ମଣ୍ଡଳୀ ଏହି ସଭାରେ ଉପସ୍ଥିତ ରହିଥିଲେ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details