ଫୁଲବାଣୀ : ଦୁଇଦିନିଆ କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ଆୟୋଗର କମିଶନଙ୍କ ସଦସ୍ୟ ଅନନ୍ତ ନାୟକ । ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ ସ୍ଥାନୀୟ ସର୍କିଟ ହାଉସରେ ଅନୁସୂଚିତ ଜନଜାତି ନେତା ଓ ସାମାଜିକ କର୍ମୀ ମାନଙ୍କ ସହିତ ସନ୍ଧ୍ୟାରେ ଏକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାର ଆଦିବାସୀଙ୍କ ବିଭିନ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ । ଦ୍ୱିତୀୟ ଦିନରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖିଥିଲେ ଆୟୋଗର ସଦସ୍ୟ ।
ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ଆୟୋଗଙ୍କ ସଦସ୍ୟ - କନ୍ଧମାଳ ଖବର
ଦୁଇଦିନିଆ କନ୍ଧମାଳ ଗସ୍ତରେ ଅନୁସୂଚିତ ଜନଜାତି ଆୟୋଗର କମିଶନଙ୍କ ସଦସ୍ୟ ଅନନ୍ତ ନାୟକ । ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ
ପ୍ରଥମେ ଗୁମାଗଡ଼ ମେଡିକାଲ ଯାଇ ସ୍ଥିତି ପରଖିବା ସହ ମେଡିକାଲର ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ସହିତ ପୋକନାଗାଁ ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟ ଯାଇ ବୁଲି ଦେଖିବା ସହ ହଷ୍ଟେଲ ପରିସର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଫୁଲବାଣୀ ଇ-ଲାଇବ୍ରେରୀ ବୁଲିବା ସହିତ ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ କଥା ହୋଇଥିଲେ। ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଆଦିବାସୀଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବେ ଆୟୋଗ ସଦସ୍ୟ ଅନନ୍ତ ନାୟକ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ