ଫୁଲବାଣୀ: ପଞ୍ଚଭୂତରେ ଲୀନ ହେଲା ଶହୀଦଙ୍କ ପାର୍ଥିବ ଶରୀର । କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିର ଦୀନେଶ କୁମାର ପାତ୍ର ବାଂଲାଦେଶ ସୀମାରେ ଶହୀଦ ହୋଇଥିଲେ । ଆଜି ଶହିଦଙ୍କ ମରଶରୀର ବାଲିଗୁଡାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସାରା ସହର । ବୀର ଶହିଦଙ୍କୁ ଶେଷ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ ବାଲିଗୁଡା ର ବୁଦ୍ଧିଜୀବୀ, ରାଜନେତା, ପ୍ରଶାସନିକ ଅଧିକାରୀ ଓ ସହରବାସୀ ।
ବାଲିଗୁଡାର ବୀର ପୁଅଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦେଇଛନ୍ତି ଜିଲ୍ଲାବାସୀ । ବାଲିଗୁଡା ମାଟିର ଶହୀଦ ବୀର ଯବାନ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା , ଦୀନେଶ ସବୁ ଦିନ ପାଇଁ ଅମର ହୋଇଛନ୍ତି । ଦେଶ ପାଇଁ ଶହୀଦ ହୋଇଛନ୍ତି ବାଲିଗୁଡା ମାଟିର ବୀର ଯବାନ ଦୀନେଶ କୁମାର ପାତ୍ର ।
ନୂଆସାହିର ଶହୀଦ ଦୀନେଶ ବିଏସଏଫ 146 ବାଟାଲିୟନ ପଶ୍ଚିମବଙ୍ଗର ଶାନ୍ତିନଗର ଠାରେ କାର୍ଯ୍ୟରତ ଥିଲେ । ତିନିଦିନ ତଳେ ବାଂଲାଦେଶ ସୀମାରେ ମୁତୟନ ସମୟରେ ବିଳମ୍ବିତ ରାତିରେ ଶହୀଦ ହୋଇଥିଲେ ଦୀନେଶ। ଏ ନେଇ ବିଏସଏଫ ପକ୍ଷରୁ ଦୀନେଶଙ୍କ ମରଶରୀର ବାଲିଗୁଡା ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।