ଓଡିଶା

odisha

ETV Bharat / state

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ - ବିପୁଳ ମାଓ ସାମଗ୍ରୀ ଜବତ

କନ୍ଧମାଳ ସୁକାଙ୍ଗୀ ଜଙ୍ଗଲରେ SOG ଓ DVF ସୁରକ୍ଷାକର୍ମୀଙ୍କ ମିଳିତ କୁମ୍ବିଂ ଅପରେସନ । ବିପୁଳ ମାଓ ସାମଗ୍ରୀ ଜବତ ନେଇ କନ୍ଧମାଳ ଏସପିଙ୍କ ସୂଚନା । ଅଧିକ ପଢନ୍ତୁ

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ
କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ

By

Published : Aug 19, 2022, 2:47 PM IST

ଫୁଲବାଣୀ:ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ବାଲନ୍ଦାପଡ଼ା ପଞ୍ଚାୟତର ସୁକାଙ୍ଗୀ ଜଙ୍ଗଲରେ SOG ଓ DVF ସୁରକ୍ଷାକର୍ମୀଙ୍କ ମିଳିତ କୁମ୍ବିଂ ଅପରେସନ ବଳେ ଏକ ମାଓ ଡମ୍ପକୁ ଠାବ କରାଯାଇଛି । ସେଠାରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି (SP) ଭିନୀତ ଅଗ୍ରୱାଲ ।

କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ, ବିପୁଳ ମାଓ ସାମଗ୍ରୀ ଜବତ

ଜଙ୍ଗଲରେ ମାଓବାଦୀ ମାନେ ଏକ ଗୁମ୍ଫାରେ ବହୁ ମାଓ ସାମଗ୍ରୀ ଲୁଚାଇ ରଖିଥିବା ସର୍ଚ୍ଚ ଅପରେସନ ବେଳେ ସନ୍ଧାନ ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଜିଲ୍ଲାରେ ମାଓପ୍ରବଣ ଅଞ୍ଚଳ ଗୁଡିକରେ ଲଗାତାର କୁମ୍ବିଂ ଅପରେସନ ଜାରି ରହିଛି । ଅଗଷ୍ଟ ୧୬ ତାରିଖରୁ ବାଲନ୍ଦlପଡ଼l ଅଞ୍ଚଳରେ ସୁରକ୍ଷାକର୍ମୀ ମାନେ କୁମ୍ବିଂ ଅପରେସନ ଜାରି ରଖିଥିଲେ । ଅପରେସନ ବେଳେ ଉକ୍ତ ଡମ୍ପରୁ ବିପୁଳ ପରିମାଣରେ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି ।

ଉକ୍ତ ସାମଗ୍ରୀ KKBN ଡିଭିଜନ୍‌ର ହୋଇଥାଇପାରେ ବୋଲି କହିଛି ପୋଲିସ । ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ମେଡିସିନ୍, ପୋଷାକ, ଜିଲୋଟିନ ଷ୍ଟିକ, କମ୍ବଳ ଓ ଆପତ୍ତିଜନକ ସାମଗ୍ରୀ ସହ ଅନ୍ୟାନ ସାମଗ୍ରୀ ରହିଛି । ଏ ସମ୍ପର୍କରେ କନ୍ଧମାଳ ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବାବେଳେ, ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀମାନଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details