ଓଡିଶା

odisha

ETV Bharat / state

ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି।

ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା
ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

By

Published : Dec 18, 2022, 7:31 PM IST

ପୋଲିସ୍‌ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ଗୁଳିକରି ହତ୍ୟା

ଫୁଲବାଣୀ :କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ଏଭଳି ଘଟଣା ଘଟିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି ।

ଦିନ ଦ୍ୱିପ୍ରହର ବଣ୍ଡାପିପିଲି ଗାଁରେ ହାଟ ଚାଲିଥିବା ବେଳେ ଜନଗହଳି ମଧ୍ୟରେ ବ୍ୟବସାୟୀ ତଥା ଠିକାଦାର ରମେଶ ନାୟକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଏହାସହ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ିଯାଇଛି ବିଜିଏନ ମାଓ ସଂଗଠନ । ରମେଶ ଜଣେ ଠକ ଠିକାଦାର, କିନ୍ତୁ ସେ ପୋଲିସ ଇନଫର୍ମମର ଭାବେ କାମ କରୁଥିଲେ ବୋଲି ମାଓ ପୋଷ୍ଟରରେ ଉଲେଖ ରହିଛି ।

ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଠିକାଦାର ରମେଶ ନାୟକ ବଣ୍ଡାପିଲିଲି ଗାଁରେ ଓ୍ବେଲ୍‌ଡିଂ ଦୋକାନ ସହ ଠିକାକାମ କରୁଥିଲେ । ସୂଚନାନୁସାରେ ଆଜି ବଣ୍ଡାପିପିଲି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ରମେଶ ତାଙ୍କ ଦୋକାନରେ ଥିଲେ । ସେହି ସମୟରେ ହଠାତ କିଛି ସଶସ୍ତ୍ର ମାଓବାଦୀ ଆସି ତାଙ୍କୁ ସେଠାରେ ବନ୍ଧୁକ ଦେଖାଇଥିଲେ । ଫଳରେ ରମେଶ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ।

ସେତେବେଳେ ସଶସ୍ତ୍ର ମାଓବାଦୀ ରମେଶଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସିପିଆଇ ମାଓବାଦୀ ନାମରେ ହତ୍ୟାର କାରଣ ସହ ଚେତାବନୀ ପୋଷ୍ଟର ଛାଡ଼ି ଯାଇଛନ୍ତି ।

ଖାଲି ସେତିକି ନୁହେଁ ଏହି ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଧମକ ଦେଇଛି ମାଓ ସଙ୍ଗଠନ ।

ଇଟିଭି ଭାରତ,କନ୍ଧମାଳ

ABOUT THE AUTHOR

...view details