ଫୁଲବାଣୀ: ଆଜିଠୁ ନକ୍ସଲ ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଦେଖିବାକୁ ମିଳିଛି ଲାଲ ବ୍ୟାନର । ଆଜିଠାରୁ ଅଗଷ୍ଟ 3 ଯାଁଏ ନକ୍ସଲମାନେ ଶହୀଦ ସପ୍ତାହ ପାଳନ ନେଇ ପୋଷ୍ଟରରେ ଆହ୍ବାନ ଦେଇଛନ୍ତି ।
କନ୍ଧମାଳରେ ମାଓ ପୋଷ୍ଟର, ଶହୀଦ ସପ୍ତାହ ପାଳିବାକୁ ଧମକ - ମାଓ ପୋଷ୍ଟର
କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ବାଲନ୍ଦାପଡା ପାହିରାଜୁ ରାସ୍ତାରେ ଦେଖିବାକୁ ମିଳିଛି ଲାଲ ବ୍ୟାନର । ଶହୀଦ ସପ୍ତାହ ପାଳନ ନେଇ ମାଓ ପୋଷ୍ଟର ଆହ୍ବାନ ଦେଇଛନ୍ତି ମାଓବାଦୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କନ୍ଧମାଳ
ମାଓ ପୋଷ୍ଟରରେ କେକେବିଏନ ମାଓ ଡିଭିଜନ ନେଇ ଉଲ୍ଲେଖ ରହିଛି । ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ସରକାରଙ୍କ ନକ୍ସଲ ବିରୋଧୀ ଦମନ ନୀତିକୁ ବିରୋଧ କରାଯାଇ ପ୍ରତିବର୍ଷ ଜୁଲାଇ 28ରୁ ଅଗଷ୍ଟ 3 ଯାଁଏ ନକ୍ସଲ ସଂଙ୍ଗଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ କରାଯାଇଥାଏ ।
ତେଣୁ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ନକ୍ସଲ ଅଧ୍ୟୁଷିତ ଏରିଆରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ
Last Updated : Jul 28, 2019, 10:44 PM IST