ଫୁଲବାଣୀ: ମାଓ ପୋଷ୍ଟରରେ ଜାମିଆମିଲିଆ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ପୋଲିସର ମାଡ ଘଟଣାକୁ ବିରୋଧ। ଏପରିକି ନାଗରିକତା ସଂଶୋଧନକୁ ମଧ୍ୟ ବିରୋଧ କରିଛି ଲାଲ ବାହିନୀ। କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଞ୍ଚଳରେ ଲାଲବାହିନୀ ପକ୍ଷରୁ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
କନ୍ଧମାଳରେ ମାଓ ପୋଷ୍ଟର, ନାଗରିକତା ସଂଶୋଧନ ଆଇନକୁ ବିରୋଧ - mao poster in kandhamal
କନ୍ଧମାଳରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର। ପୋଷ୍ଟର ମାରି ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ପୋଷ୍ଟରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛନ୍ତି ମାଓ ସଙ୍ଗଠନ।
କନ୍ଧମାଳରେ ମାଓ ପୋଷ୍ଟର, ନାଗରିକତା ସଂଶୋଧନ ଆଇନକୁ ବିରୋଧ
ଏହାକୁ ସିପିଆଇ(ମାଓବାଦୀ) ବାଘୁନା ଡିଭିଜନ କମିଟି ପକ୍ଷରୁ ଲଗାଯାଇଛି। ପୋଷ୍ଟରରେ ବିଶ୍ବବିଦ୍ୟାଳୟର ଛାତ୍ରଙ୍କୁ ଦିଲ୍ଲୀ ପୋଲିସର ମାଡ଼ ଘଟଣାକୁ ନିନ୍ଦା କରିଛି ମାଓ ସଙ୍ଗଠନ। ଭୋଟ ବ୍ୟାଙ୍କ ପାଇଁ ମୁସଲମାନଙ୍କୁ ଟାର୍ଗେଟ କରି ବିଜେପି ସରକାର ଏହି ନାଗରିକତା ସଂଶୋଧନ ଆଇନ୍ ଆଣିଛି। ବିଜେପି ଏହାକୁ ନେଇ ଘୃଣିତ ବିଭାଜନ ଆଇନକୁ ବିରୋଧ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ରହିଛି । ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ