ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣାରେ ୧୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏହି ରାୟ ଦେଇଛନ୍ତି କୋର୍ଟ । ଖାଲି ସେତିକି ନୁହେଁ ଦୋଷୀକୁ ୬୦ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଦଣ୍ଡାଦେଶ ଭୋଗିବାକୁ କୁହାଯାଇଛି ।
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାୁ ଦୋଷୀ ପ୍ରସନ୍ନ ଏକାକୀ ଦେଖି ଅପହରଣ କରିବା ସହ କିଛି ଦିନ ଧରି ଦୁଷ୍କର୍ମ କରିଥିଲା । ଏହାକୁ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଥଲା ।