ଓଡିଶା

odisha

ETV Bharat / state

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

ଫୁଲବାଣୀ ସାଲୁଙ୍କି ନଦୀରେ ବୁଡି ଯୁବକ ପ୍ରାଣ ଗଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ
ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

By ETV Bharat Odisha Team

Published : Nov 25, 2023, 8:33 PM IST

ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

ଫୁଲବାଣୀ:ନଦୀରେ ଗାଧୋଇବା ହେଲା କାଳ । ସାଲୁଙ୍କି ନଦୀରେ ବୁଡି ଯୁବକ ପ୍ରାଣ ଗଲା । ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ପଞ୍ଚାୟତ, ବୁଢ଼ା ଦନୀ ନିକଟସ୍ଥ ସାଲୁଙ୍କି ନଦୀରେ ବୁଡି ଯୁବକ ମୃତ । ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଜଣଙ୍କ ଫୁଲବାଣୀର ଜଗଦୀଶ ପାତ୍ର ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଫୁଲବାଣୀ ସହରର ୪ଜଣ ଯୁବକ ଭୋଜି କରିବାକୁ ସାଲୁଙ୍କି ନଦୀ କୂଳକୁ ଯାଇଥିଲେ । ସେଠାରେ ଭୋଜି ଭାତ ଖାଇସାରିବା ପରେ ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ସମୟରେ ଜଣେ ଯୁବକର ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଫଳରେ ପାଣି ଭିତରେ ଥିବା ପଥରରେ ତାଙ୍କ ମୁଣ୍ଡ ମାଡ ହୋଇଥିଲା ଏବଂ ସେ ପାଣିଭିତରେ ଫସି ରହିଯାଇଥିଲେ ।ଏହା ଦେଖି ପାଖରେ ଥିବା ସାଙ୍ଗମାନେ ସଙ୍ଗେସଙ୍ଗେ ଫୁଲବାଣୀ ଅଗ୍ନିସମ ବିଭାଗ ଏବଂ ସ୍ଵେଚ୍ଛାସେବୀ ସଂଗଠନ ଟିମ ହ୍ୟୁମାନ୍ନିଟିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବାହିନୀ ଓ ଟିମ ହ୍ୟୁମ୍ୟାନ୍ନିଟିର ସଦସ୍ୟ ମାନେ ପହଁଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଏହା ମଧ୍ୟ ପଢନ୍ତୁ.....ପିକନିକ ହେଲା କାଳ: ନଦୀରେ ବୁଡ଼ି ଯୁବକ ନିଖୋଜ

ତେବେ ମୃତକ ଜଣଙ୍କ ଫୁଲବାଣୀ ଗଣେଶ ବଜାରର ଚୁଡି ବ୍ୟବସାୟୀ ରାମାରାଓ ପାତ୍ରଙ୍କ ପୁଅ ଜଗଦୀଶ ପାତ୍ର 27 ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିବା ସୂଚନା ମିଳିଛି । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଗତ ୭ ତରିଖ ଦିନ ରାଉରକେଲା କୋଏଲ ନଦୀର ହମିରପୁର ଘାଟକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ ହୋଇଥିଲେ । ନିଖୋଜ ନାବାଳକ ଜଣକ ହେଲେ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ରବି ସାହୁ ବୋଲି ଜଣାପଡିଥିଲା । ଗୋପବନ୍ଧୁପାଲିର ୫ ଜଣ ସାଙ୍ଗ ମିଶି ୧୯ ନମ୍ବର ସେକ୍ଟର ହମିରପୁର ସ୍ଥିତ କୋଏଲ ନଦୀର ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହାପରେ ୫ ଜଣ ଯାକ ପାଣିରେ ବୁଡି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ 4 ଜଣକୁ ଉଦ୍ଧାର କରାଯାଇଥିଲେ କିନ୍ତୁ ରବି ପାଣି ସ୍ରୋତରେ ଭାସି ଯାଇଥିଲେ ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details