ଫୁଲବାଣୀ: ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ । ଏହି ମାମଲାରେ କିସୁବାଡି ଗାଁର ମାଥ୍ୟୁ ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗତ ଜୁନ ମାସ 26 ତାରିଖରେ ଘରେ କେହି ନଥିବାବେଳେ କନ୍ଧମାଳ ଦାରିଙ୍ଗିବାଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲା ଅଭିଯୁକ୍ତ । ଏହି କଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ସେ ଧମକ ଦେଇଥିଲା । ମହିଳାଙ୍କ ସ୍ବାମୀ କେରଳରେ ରହୁଥିବାବେଳେ ସେ ଅଗଷ୍ଟ ମାସରେ ଘରକୁ ଫେରିବା ପରେ ସମସ୍ତ କଥା କହିଥିଲେ ।