ଫୁଲବାଣୀ: ଫଗୁଣ ମାସ ଆସିଲେ କନ୍ଧମାଳ ଜିଲ୍ଲାରେ ହୁଏ ମହୁଲ ଫୁଲ l ଝୁଣା ,ଲାଖ ବନଜାତ ଦବ୍ୟ ଭଳି ମହୁଲ ଫୁଲର ଚାହିଦା ମଧ୍ୟ ଢେର ଅଧିକ ରହିଛି । କନ୍ଧମାଳ ଜିଲ୍ଲାରେ ରହୁଥିବା ଆଦିବାସୀ ମହୁଲ ଫୁଲ ସଂଗ୍ରହ କରି ପରିବାର ଚଳାନ୍ତି l
ଫାଲଗୁନ ମାସ ଆସିଲେ ମହୁଲ ଗଛରେ ଆସେ ମହୁଲ ଫୁଲ l ସକାଳ ସକାଳୁ ଆଦିବାସୀମାନେ ଗୋଟିଏ ଟୋକେଇ ଧରି ବାହାରି ପଡ଼ନ୍ତି ମହୁଲ ଫୁଲ ସଂଗ୍ରହ କରିବାକୁ l ଖରାକୁ ଖାତିର୍ ନକରି ସକାଳ 8 ଟାରୁ ଦିନ ଗୋଟଏ ପର୍ଯ୍ୟନ୍ତ ଗୋଟାଇ ଥାଆନ୍ତି ମହୁଲ ଫୁଲ l
ଚଳିତ ବର୍ଷ ମହୁଲ ଫୁଲ ଭଲ ଆସିଥିବାରୁ ମହୁଲ ଗୋଟାଳି ଖୁସି ଅଛନ୍ତି l ମହୁଲ ସଂଗ୍ରହ କରି ତାକୁ ଶୁଖାଇ ପଇସା ମହୁଲ ବିକ୍ରି କରି ନିଜର ପରିବାରର ପ୍ରତି ପୋଷଣ କରନ୍ତି l ହେଲେ ଆଦିବାସୀମାନେ କଷ୍ଟକରି ସଂଗ୍ରହ କରୁଥିବା ମହୁଲ ଫୁଲକୁ ଗୋଟାଇ ଖରାରେ ଶୁଖାଇ ଥାନ୍ତି । ପରେ ତାଙ୍କୁ ଉଚିତ ଦରରେ ବିକ୍ରି କରି ନ ପାରି ଦଲାଲ ହାତରେ ଟେକି ଦେଇଥାନ୍ତି। ମହୁଲ ଫୁଲ ତୋଳାଳୀଙ୍କ ଠାରୁ 20 ରୁ 30 ଟଙ୍କାରେ କିଣି ନେଇ ଦଲାଲ ବ୍ୟବସାୟୀମାନେ ଏହାକୁ 70 ରୁ 80 ଟଙ୍କାରେ ବିକ୍ରି କରୁଛନ୍ତି ।