ଫୁଲବାଣୀ: ଆଜିକାଲିର ଦୁନିଆରେ ଭଲ ମଣିଷଟିଏ ପାଇବା ଭାରି କଷ୍ଟକର । କିଛି ଖଳ ପ୍ରକୃତି ଲୋକମାନଙ୍କ ପାଇଁ ଆମେ ସମସ୍ତେ ଦୁନିଆକୁ ଏବେ ସନ୍ଦେହ ଦୃଷ୍ଟିରେ ଦେଖି ଚାଲିଛୁ । ଅଚିହ୍ନା ସ୍ଥାନରେ କି ଟ୍ରେନରେ ଯାତ୍ରା କରିବା ବେଳେ କାହାରିକୁ ସହଜରେ ଆମେ ବିଶ୍ୱାସ କରିପାରୁନାହୁଁ । ହେଲେ ଏ ଦୁନିଆ ଭିତରେ ଏବେ ବି ଭଲ ମଣିଷ ଅଛନ୍ତି । ଆଉ ସେହିମାନଙ୍କ ପାଇଁ ଆଜି ବି ବଞ୍ଚିଛି ମାନବିକତା ଓ ସଚ୍ଚୋଟ ପଣିଆ । ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଘୁ.ଉଦୟଗିରିର ମହମ୍ମଦ ନାଜୁର୍ । ଦାରିଦ୍ର୍ୟର କଷା ଘାତରେ ବି ତାଙ୍କର ମଣିଷ ପଣିଆଟା ହଜି ଯାଇନି ।
ତେବେ ଭାବିଲେ, ରାସ୍ତାରେ ଯାଉ ଯାଉ ଯଦି ଜଣେ ଗୋଟିଏ ମନି ପର୍ସଟେ ପାଉଛି । ଆଉ ସେଥିରେ କିଛି ଟଙ୍କା ଅଛି । ସେଠାରେ କଣ ପ୍ରଥମେ ସେ ମଣିଷଟି ପର୍ସଟି କାହାର ଚିନ୍ତା କରୁଛି ? ଟଙ୍କାକୁ କେମିତି ସେ ପର୍ସ ବାଲାକୁ ଫେରାଇ ଦେବ ଭାବୁଛି ? କିନ୍ତୁ ଏମିତି ଭାବିଛନ୍ତି କନ୍ଧମାଳ ଘୁ.ଉଦୟଗିରିର ମହମ୍ମଦ ନାଜୁରୁ । ଆଉ ପାଇଥିବା ମନିପର୍ସ ଓ ଟଙ୍କାକୁ ସେ ସଠିକ୍ ଲୋକ ପାଖରେ ପହଞ୍ଚାଇଛନ୍ତି ।