ଓଡିଶା

odisha

ETV Bharat / state

ମାଫିଆଙ୍କ କବଜାରେ ପରିବା ହାଟ, ହଟହଟା ଫୁଲବାଣୀ ଚାଷୀ - କନ୍ଧମାଳ ଚାଷୀ ସମସ୍ୟା

ଚାଷୀଙ୍କ ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। କାଳିଆ ଠାରୁ ଆରମ୍ଭ କରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଚାଷୀଙ୍କ ପାଇଁ। ହେଲେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କନ୍ଧମାଳର ନିରୀହ ଚାଷୀ ଏବେ ଶୋଷଣର ଶିକାର ହେଉଛନ୍ତି।

ମାଫିଆଙ୍କ କବଜାରେ ପରିବା ହାଟ

By

Published : Nov 8, 2019, 2:43 PM IST

ଫୁଲବାଣୀ: ଚାଷୀଙ୍କ ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। କାଳିଆ ଠାରୁ ଆରମ୍ଭ କରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ଚାଷୀଙ୍କ ପାଇଁ। ହେଲେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। କନ୍ଧମାଳର ନିରୀହ ଚାଷୀ ଏବେ ଶୋଷଣର ଶିକାର ହେଉଛନ୍ତି। ଗାଁ ଗହଳିର ହଜାର ହଜାର ଚାଷୀ ଫୁଲବାଣୀରେ ନିଜ ପରିବା ବିକ୍ରି ପାଇଁ ଆସିଥିବା ବେଳେ ହାଟରେ ସ୍ଥାନ ନ ପାଇ ହଟହଟା ହେଉଛନ୍ତି।

ହାଟର ଅଧାରୁ ଅଧିକ ସ୍ଥାନ ଏବେ ମାଫିଆଙ୍କ କବଜାରେ। ଫଳରେ ଏଠି ସେଠି ବସିବା ସହିତ ଅତି କମ ଦାମରେ ବିକ୍ରି କରୁଛନ୍ତି ନିଜ ଝାଳ ବୁହା ପରିଶ୍ରମର ଫଳ। ଫୁଲବାଣୀର କେନ୍ଦ୍ରସ୍ଥଳରେ ରହିଛି ଶତାବ୍ଦୀର ପୁରୁଣା ହାଟ। ପ୍ରାୟ 15 ଏକରରୁ ଅଧିକ ସ୍ଥାନରେ ଥିବା ଏହି ନିତିଦିନିଆ ହାଟ ଏବେ ମାତ୍ର ଦୁଇ ଏକରକୁ ସଙ୍କୁଚିତ ହୋଇଯାଇଛି। ଜମି ମାଫିଆ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହିତ ମିଶି ଜବରଦଖଲ କରିନେଇଛନ୍ତି ଜାଗା ।

ଫଳରେ ରାସ୍ତାରେ ଓ ଏଠି ସେଠି ବସି ଜିଲ୍ଲାର ଚାଷୀ ହଟହଟା ହେଉଛନ୍ତି। ସେଥିରେ ପୁଣି ଦାଉ ସାଧୁଛି ପୌରପାଳିକା । ଜବରଦସ୍ତ ଚାଷୀଙ୍କୁ ହାଟରୁ ଉଠାଇବା ସହ ଟଙ୍କା ଆଦାୟ କରୁଛି। ଏହାଛଡା ଆସାଧୁ ବ୍ୟବସାୟୀ ଜୋର ଜବରଦସ୍ତ କମ ପଇସାରେ ଜିନିଷ ନେଇ ଯାଉଛନ୍ତି ଚାଷୀଙ୍କ ଠାରୁ । ପରେ ସେହି ଜିନିଷକୁ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ପୂର୍ବରୁ ଏ ଦିଗରେ ସରକାରଙ୍କୁ ଦାବି ଜଣାଇଛନ୍ତି ଚାଷୀକୂଳ। କିନ୍ତୁ ଫଳ ଶୂନ। ସରକାରୀ ଅଧିକାରୀ ମଧ୍ୟ ଏପରି ଗୁରୁତର ପ୍ରସଙ୍ଗରେ ପାଟି ଚୁପ କରି ବସି ରହିଛନ୍ତି ।

ମାଫିଆଙ୍କ କବଜାରେ ପରିବା ହାଟ

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details