ଓଡିଶା

odisha

ETV Bharat / state

ବାପାକୁ ହତ୍ୟା,ମା'କୁ ଅଧାମରା କଲା ପାଗଳ ପୁଅ - ହତ୍ୟାକାରୀ ପୁଅ

ପାଗଳ ପୁଅର ଉନ୍ମତକାଣ୍ଡ । ନିଜ ବାପାକୁ ପିଟିପିଟି ମାରିବା ସହ ମାଆକୁ ମଧ୍ୟ ଅଧାମରା କରିଛି ପୁଅ । ଗୁରୁତର ଅବସ୍ଥାରେ ମାଆକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର । ଅଧିକ ପଢନ୍ତୁ...

father
ପାଗଳ ପୁଅର ଉନ୍ମତ୍ତକାଣ୍ଡ

By

Published : Jan 13, 2020, 5:12 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକରେ ଅଭାବନୀୟ ଘଟଣା । ବେଲଘର ଥାନା ଅନ୍ତର୍ଗତ ଝିଲିପଡା ଗାଁର ବେଲାରସେନ ନାୟକ ନିଜ ବାପା ଅଜାଧୁ ନାୟକଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି । ମାଆ ଲକ୍ଷ୍ମୀ ନାୟକଙ୍କୁ ମଧ୍ୟ ଅଧାମରା କରିଥିବା ବେଳେ ସେ ଦୌଡି ପଳାଇ ଜୀବନ ବଞ୍ଚାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାପାକୁ ହତ୍ୟା,ମା'କୁ ଅଧାମରା କଲା ପାଗଳ ପୁଅ

ପୋଲିସ ସୂଚନା ଅନୁଯାୟୀ, ବେଲାରସେନ ପାଗଳ ଥିବାରୁ ସମସ୍ତେ ତାକୁ ଜଗି ରହୁଥିଲେ । ହଠାତ ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲା । ପରେ ଧାରୁଆ ଅସ୍ତ୍ର ଧରି ଗାଁ ଲୋକଙ୍କୁ ଦିର୍ଘ ସମୟ ଭୟଭୀତ କରିଥିଲା । ପୋଲିସ ନଆସିବାରୁ ଲୋକେ କୌଶଳ କରି ଧରି ବାନ୍ଧିଥିଲେ ଏବଂ ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।
ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରି ଅଭିଯୁକ୍ତ ପୁଅ ବେଲାରସେନକୁ ଗିରଫ କରିଛି । ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details