ଫୁଲବାଣୀ: ଫୁଲବାଣୀ ବ୍ଲକର ତୁଡିପାଯୁ ପଞ୍ଚାୟତର ନବନିର୍ମିତ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ନିର୍ମାଣର ଦଶ ଦିନ ପରେ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।
ସାସାଗେରା ଗାଁ ନିକଟରେ ତିଆରି ହୋଇଥିବା ରାସ୍ତାକାମ ନିମ୍ନ ମାନର ହୋଇଛି । ରାସ୍ତା ମରାମତି ନାଁରେ କେବଳ ମାଟି କେତେକ ସ୍ଥାନରେ ପକାଯାଇଛି । ସେହିପରି ନୂଆ ରାସ୍ତା କଥା କହିଲେ ନ ସରେ । ତାଳିପକା ନ୍ୟାୟରେ ରାସ୍ତାରୁ 15 ରୁ କୋଡିଏ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।