ଓଡିଶା

odisha

ETV Bharat / state

ପ୍ରେମ, ପ୍ରତାରଣା ଓ ଗର୍ଭପାତ; ଅଭିଯୁକ୍ତ ପ୍ରେମିକ ଓ ନକଲି ଡାକ୍ତର ଗିରଫ - କନ୍ଧମାଳରେ ନକଲି ଡାକ୍ତର ଗିରଫ

ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ଓ ଶେଷରେ ପ୍ରତାରଣା ଓ ଗର୍ଭପାତ । ଏହାର ଏକ ଦୃଶ୍ୟ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଗ୍ରୀନବାଡି ସମିତି ସଭ୍ୟଙ୍କ ପୁଅ ଆକାଶ ପ୍ରଧାନ ।

kandhamal latest news, failure love in kandhamal, quack arrested in kandhamal, lover arrested in kandhamal, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ପ୍ରେମ ପ୍ରତାରଣା, କନ୍ଧମାଳରେ ନକଲି ଡାକ୍ତର ଗିରଫ, ପ୍ରେମ ପ୍ରତାରଣା ପରେ ପ୍ରେମିକ ଗିରଫ
ପ୍ରେମ, ପ୍ରତାରଣା ଓ ଗର୍ଭପାତ; ଅଭିଯୁକ୍ତ ପ୍ରେମିକ ଓ ନକଲି ଡାକ୍ତର ଗିରଫ

By

Published : Jul 23, 2020, 9:45 PM IST

ଫୁଲବାଣୀ: ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ଓ ଶେଷରେ ପ୍ରତାରଣା ଓ ଗର୍ଭପାତ । ଏହାର ଏକ ଦୃଶ୍ୟ ଜିଲ୍ଲାର ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଗ୍ରୀନବାଡି ସମିତି ସଭ୍ୟଙ୍କ ପୁଅ ଆକାଶ ପ୍ରଧାନ । ହେଲେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ତାଙ୍କୁ ଏକ ନକଲି ଡାକ୍ତର ବା କ୍ବାକ ପାଖକୁ ନେଇ ଆକାଶ ଜବରଦସ୍ତି ଗର୍ଭପାତ କରାଇଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଉଭୟ ପ୍ରେମିକ ଓ କ୍ବାକକୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ ।

ସୂଚନା ମୁତାବକ ସମ୍ପୃକ୍ତ ଯୁବତୀ ଜଣଙ୍କ ଭୁବନେଶ୍ବରର ଏକ କମ୍ପାନୀରେ ଚାକିରୀ କରୁଥିବା ବେଳେ ଲକଡାଉନ ଯୋଗୁଁ କାମ ବନ୍ଦ ହେବା ପରେ ସେ ଗତ ମାର୍ଚ୍ଚରେ ଗାଁକୁ ଫେରିଥିଲେ । ସେଠାରେ ଆକାଶଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଉ ବିବାହ ପ୍ରତିଶୃତି ଦେଇ ଆକାଶ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଆକାଶ ବିବାହିତ ଓ ତାଙ୍କର ଗୋଟିଏ ସନ୍ତାନ ଥିବାରୁ ଯୁବତୀଙ୍କୁ ଗର୍ଭପାତ କରାଇବା ପାଇଁ ବାଧ୍ୟ କରିଥିଲେ । ଏଥିପାଇଁ ଯୁବତୀ ଜଣଙ୍କୁ ଦାରିଙ୍ଗବାଡି ନେଇ ଏକ କ୍ବାକ ଆଶୋକ ସାହୁ ଦ୍ବାରା ଗର୍ଭପାତ କରାଇଥିଲେ । ଏଥିସହ ଏସମ୍ପର୍କରେ ମୁହଁ ଖୋଲିଲେ ଯୁବତୀ ଜଣଙ୍କୁ ଜୀବନ ମାରି ଦେବା ପାଇଁ ଆକାଶ ଧମକ ଦେଇଥିଲା ।

ତେବେ ଏନେଇ ଯୁବତୀ ଜଣଙ୍କ ରବିବାର ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ମାମଲା ନଂ 81/20 ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଆକାଶ ଓ ଅଶୋକ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ କୌଶିକ ମାଝୀ । ଗୋଟିଏ ପଟେ ଦାରିଙ୍ଗବାଡି କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଥିବା ବେଳେ ଅନ୍ୟପଟେ ଜାମିନ ଖାରଜ ହେବାରୁ ଜେଲ ଯାଇଛନ୍ତି ଦୁଇ ଅଭିଯୁକ୍ତ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details