ଫୁଲବାଣୀ :ବିଚାରପତିଙ୍କ ଘରୁ ତାଲାଭାଙ୍ଗି ଲୁଟ । ଫୁଲବାଣୀ ସହରର ନଦିଖଣ୍ଡି ସାହିରେ ଥିବା ଫୁଲବାଣୀ କୋର୍ଟର ବିଚାରପତି( Phulbani court judge)ଙ୍କ ସରକାରୀ ବାସଭବନରୁ ଲୁଟ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଗତ ରବିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । ତେବେ ଲିଗାଲ ଆଡ଼ ସଚିବ ପତଞ୍ଜଳି ସାହୁ ଛୁଟିରେ ନିଜ ଗ୍ରାମକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିବା ଅନୁମାନ କରାଯାଉଛି । ଏ ନେଇ ବରିଷ୍ଠ କିରାଣୀ ଟାଉନଥାନାରେ ଏତଲା ଦେଇଛନ୍ତି ।
ବିଚାରପତିଙ୍କ ଘରୁ ତାଲା ଭାଙ୍ଗି ଲୁଟ, ସାଧାରଣ ଜନତା କେତେ ସୁରକ୍ଷିତ - ଫୁଲବାଣୀ ଲିଗାଲ ଆଡ଼ ସଚିବ ପତଞ୍ଜଳି ସାହୁ
ଫୁଲବାଣୀ କୋର୍ଟର ବିଚାରପତିଙ୍କ ସରକାରୀ ବାସଭବନରୁ ଲୁଟ । ଦୁର୍ବୃତ୍ତମାନେ ଗତ ରବିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । ଅଧିକ ପଢନ୍ତୁ
ବିଚାରପତି ଙ୍କ ଘରୁ ତାଲାଭାଙ୍ଗି ଲୁଟ : ପୋଲିସର ତଦନ୍ତ ଜାରି
ତେବେ ଯଦି ବିଚାରପତିଙ୍କ ଘରୁ ଚୋରି ହେଉଛି ତା ହେଲେ ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ଏବେ ପ୍ରଶ୍ନ ଉଠିଛି । ପୋଲିସ ପାଟ୍ରୋଲିଂ ଠିକ ଭାବେ ନିୟମିତ ହେଉନଥିବାରୁ ସହରରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ତେବେ ବିଚାରପତିଙ୍କ ରାତ୍ର ଜଗୁଆଳ ଥିବା ସତ୍ତ୍ବେ ଚୋର କିଭଳି ଘରେ ପଶିବାକୁ ସକ୍ଷମ ହେଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ପତ୍ତା ମିଳିପାରିନାହିଁ ।
କନ୍ଧମାଳରୁ ସଞ୍ଜୟ ପାତ୍ର , ଇଟିଭି ଭାରତ