କନ୍ଧମାଳ:କିଛି ଦିନ ପୂର୍ବରୁ ଫିରିଙ୍ଗିଆ ଥାନା ଅଞ୍ଚଳର ସାରଙ୍ଗଗଡ଼ ରାସ୍ତାର ରତଙ୍ଗ ଘାଇ ନିକଟରେ ଜଣେ ଶାଢ଼ୀ ବ୍ୟବସାୟୀଙ୍କୁ ମାଡ଼ ମାରିବା ପରେ ଲୁଟ କରିଥିଲେ ଦୁର୍ବୃତ୍ତ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଫିରିଙ୍ଗିଆ ପୋଲିସ । ଅଭିଯୁକ୍ତମାନଙ୍କ ପାଖରୁ ଲୁଟ ହୋଇଥିବା ମୋବାଇଲ ଫୋନ ସହ 14 ହଜାର ନଗଦ ଟଙ୍କା ଜବତ ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଫିରିଙ୍ଗିଆ ସାରଙ୍ଗଗଡ଼ ରାସ୍ତାର ରତଙ୍ଗ ଘାଇ ନିକଟରେ କିଛି ଦୁର୍ବୁତ୍ତ ଜଣେ ବୁଲା ଶାଢ଼ୀ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ନେଇ ମାଡ଼ ମାରିଥିଲେ । ଏହାପରେ ତାଙ୍କଠାରୁ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ । ଘଟଣାର ତିନିଜଣ ଅଭିଯୁକ୍ତଙ୍କୁ ଗତ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ପୀଡ଼ିତ ଜଣକ ହେଉଛନ୍ତି ବିହାର ରାହାତୋଷ ଜିଲ୍ଲା ଡ଼ରିଗାଓଁ ଥାନା ସିକୋରିଆ ଗାଁର ମନୋଜ କୁମାର । କିଛିଦିନ ହେଲା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ରେ ରହି ଫିରିଙ୍ଗିଆ ଅଞ୍ଚଳରେ ବୁଲି ବୁଲି ଶାଢ଼ୀ ବିକ୍ରି କରୁଥିଲେ । ଗତ ସୋମବାର ଦିନ ବ୍ୟବସାୟ ସାରି ସାରଙ୍ଗଗଡ଼ ଫେରୁଥିବା ସମୟରେ ରତଙ୍ଗ ନିକଟରେ ତିନିଜଣ ଦୁର୍ବୁତ୍ତ ତାଙ୍କୁ ଜୋର ଜବରଦସ୍ତ ଘାଇପାଖ ଜଙ୍ଗଲକୁ ନେଇ ମାଡ଼ମାରିବା ସହ ତାଙ୍କ ଠାରୁ ତାଙ୍କ ମୋବାଇଲ ଓ ୩୪ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ ଲୁଟେରା ।