ଓଡିଶା

odisha

ETV Bharat / state

ରେଳ ମାନଚିତ୍ରରେ ଯୋଡ଼ି ହେବ କନ୍ଧମାଳ, ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ - କନ୍ଧମାଳରେ ଟ୍ରେନ

Kandhamal To Be Connected With Rail Map: ରେଳ ମାନଚିତ୍ରରେ ଯୋଡ଼ି ହେବ କନ୍ଧମାଳ । ଜିଲ୍ଲାରେ ଗଡ଼ିବ ରେଳ ଗାଡ଼ି । ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢ଼ନ୍ତୁ

ରେଳ ମାନଚିତ୍ରରେ ଯୋଡ଼ି ହେବ କନ୍ଧମାଳ
ରେଳ ମାନଚିତ୍ରରେ ଯୋଡ଼ି ହେବ କନ୍ଧମାଳ

By ETV Bharat Odisha Team

Published : Jan 7, 2024, 10:19 PM IST

ରେଳ ମାନଚିତ୍ରରେ ଯୋଡ଼ି ହେବ କନ୍ଧମାଳ

ଫୁଲବାଣୀ: ଉଜ୍ଜ୍ବଳ ହୋଇଛି କନ୍ଧମାଳ ଜିଲ୍ଲାକୁ ରେଳ ଗଡ଼ିବାର ଆଶା । ଜିଲ୍ଲାକୁ ରେଳ ସଂଯୋଗ ହେବା ନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଫୁଲବାଣୀ ସହରକୁ ରେଳ ସଂଯୋଗ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ଆଶାର ସଂଚାର ହୋଇଛି । ଗୋପାଳପୁର-ସମ୍ବଲପୁର ରେଳପଥର ନୂଆ ଡିପିଆର ପ୍ରସ୍ତୁତ ପାଇଁ ସର୍ଭେ ସଂସ୍ଥା ଓରିଡିଲକୁ ନିର୍ଦ୍ଦେଶ ଦିଆଯାଇଥିବା ରେଳମନ୍ତ୍ରୀ ଅଶ୍ବିନୀ ଘୋଷଣା କରିବା ପରେ ପୁଣି ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମ କରି କନ୍ଧମାଳ ଜିଲ୍ଲା ରେଳ ମାନଚିତ୍ରରେ ଯୋଡ଼ି ହେବାକୁ ଯାଉଥିବାରୁ ଏନେଇ ଖୁସି ପ୍ରକଟ କରିଛନ୍ତି ଜିଲ୍ଲାବାସୀ ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଗତକାଲି ଦଶପଲ୍ଲା ଗସ୍ତରେ ଆସିଥିବା ବେଳେ କନ୍ଧମାଳ ଜିଲ୍ଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ଲାଗି କମିଟି ଆବାହକ ଅଶୋକ ପରିଡାଙ୍କ ସହ ପଚାଶରୁ ଅଧିକ ପ୍ରତିନିଧି ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତେବେ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀ ସଦର ମହକୁମା ଦେଇ ଯିବା ପାଇଁ ଦୀର୍ଘ ବର୍ଷର ଦାବି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗୋପାଳପୁର-ସମ୍ବଲପୁର ରେଳପଥ ଫୁଲବାଣୀ ସଦର ମହକୁମାକୁ ସଂଯୋଗ ନକରି ଚକାପାଦଠାରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ସଂଯୋଗ କରିବାକୁ ଓଡ଼ିଶା ସରକାରଙ୍କ ଓରିଡିଲ ସଂସ୍ଥା ଡିପିଆର ପ୍ରସ୍ତୁତ କରି ରେଳ ମନ୍ତ୍ରଣାଳୟକୁ ଦେଇଥିଲେ । ଯାହା ରେଳ ମନ୍ତ୍ରଣାଳୟ ଫେରାଇ ଦେଇଥିବା ମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ । ଦଶପଲ୍ଲାରୁ ରେଳ ଲାଇନ ଉଦଘାଟନ ଅବସରରେ ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ହେବ ବୋଲି ରେଳମନ୍ତ୍ରୀ ଘୋଷଣା କରିବା ସହ ଓରିଡିଲକୁ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିବା ଘୋଷଣା କରିଥିଲେ । ପ୍ରତି ଜିଲ୍ଲାର ସଦର ମହକୁମାକୁ ରେଳପଥ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ସେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ରେଳଲାଇନ ମ୍ୟାପ୍ ନେଇ ତେଜିଲା ବିରୋଧ, ଫୁଲବାଣୀକୁ ରେଳ ସଂଯୋଗ ଦାବି

ଏହି ପରିପ୍ରେକ୍ଷୀରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ଦାବିପତ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ପାଇଁ ଓରିଡିଲକୁ ପରିବର୍ତ୍ତିତ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଘୋଷଣା କରିବା ପରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଫୁଲବାଣୀ ବିଜୁ ପଟ୍ଟନାୟକ ଛକଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜ୍ଞାପନ କରାଯାଇଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମ୍ପୁର୍ଣ୍ଣ କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details