ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଅଭାବନୀୟ ଘଟଣା। କୁନି ପିଲାକୁ ଛାତିଥରା ନିର୍ଯାତନା। ସେ ପୁଣି ନିଜ ଜନ୍ମକଲା ବାପାମାଆ ନିଜେ ଏତେ ନିର୍ଦ୍ଦୟ ହୋଇ ୪ଘଣ୍ଟା ଗଛରେ ବାନ୍ଧି ରଖିବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଛନ୍ତି।
ଏନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଜିଲ୍ଲା ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା ୟୁନିଟ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।