ଓଡିଶା

odisha

ETV Bharat / state

କନ୍ଧମାଳରେ କାଦମ୍ବିନୀ ସାହିତ୍ୟ ମହୋତ୍ସବ - kadambini literary fest

ଅନୁଷ୍ଠିତ ହୋଇଯାଇଛି କାଦମ୍ବିନୀ ସାହିତ୍ୟ ମହୋତ୍ସବ । ଆଗାମୀ ଦିନରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ଓ ମାତୃ ଭାଷାକୁ ଭଲ ପାଇବାକୁ ହେବ ବୋଲି ଆହ୍ବାନ କରିଥିଲେ ମଞ୍ଚାସୀନ ଅତିଥି । ଆଗକୁ ପଢନ୍ତୁ...

literary-fest-in-kandamala
literary-fest-in-kandamala

By

Published : Feb 10, 2020, 2:15 AM IST

କନ୍ଧମାଳ: ବିଜୁ କଲ୍ୟାଣ ମଣ୍ଡପ ଠାରେ କାଦମ୍ବିନୀ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ଅନେକ କବି ଓ ସାରସ୍ବତ ସାଧକ ଉତ୍ସବରେ ଯୋଗଦେଇଥିଲେ। ସାହିତ୍ୟକା ଜୟନ୍ତୀ ରଥ, ସିନେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ସାଂସଦ ଅଚ୍ୟୁତ ସାମନ୍ତ, ଅନେକ ବିଧାୟକ ଓ ନେତା ଏହି ଉତ୍ସବରେ ଯୋଗଦେଇଥିଲେ।

କନ୍ଧମାଳରେ କାଦମ୍ବିନୀ ସାହିତ୍ୟ ମହୋତ୍ସବ

ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ଚର୍ଚ୍ଚାରେ ନିଜ ମାତୃଭାଷାକୁ ଅଧିକ ଭଲ ପାଇବାକୁ ସମସ୍ତେ ଆହ୍ଵାନ ଦେଇଥିଲେ । ସଭା ମଞ୍ଚରେ ଅନେକ କବିଙ୍କୁ ପୁରସ୍କାର ଦିଆଯାଇଥିଲା ବେଳେ କୁନି କୁନି କଳାକାର ମାନେ ଅତି ସୁନ୍ଦର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ ।

ବର୍ତ୍ତମାନ ସମୟରେ ସାହିତ୍ୟ ଠାରୁ ଅଧିକ ଭାଷା ବିପଦରେ ପଡିଛି ବୋଲି କହିଛନ୍ତି ଅଭିନେତା ସିଦ୍ଧାନ୍ତ। ଆଦିମତା ଓ ଆଧୁନିକତା ମଧ୍ୟରେ ନୂଆ ଭାବନା ଆସୁଛି ବୋଲି କହିଥିଲେ । ଉତ୍ସବର ମୁଖ୍ୟ ଇତି ସାମନ୍ତ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏହି ଉତ୍ସବକୁ ପ୍ରତିବର୍ଷ ପାଳନ କରାଯିବାକୁ ଦାବି କରିଛନ୍ତି ଅନେକ ସାରସ୍ବତ ସାଧକ ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details