କଳାହାଣ୍ଡି:୬ବର୍ଷ ପରେ ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ସମ୍ପର୍କରେ କଳାଦାଗ ଲଗାଇଥିବା ତଥା ରକ୍ତ ସମ୍ପର୍କକୁ ଭୁଲି ନିଜ ଜନ୍ମ କଲା ବାପାକୁ ହତ୍ୟା କରିଥିବା ପୁଅ କାରାଗାରର କଳା ଅନ୍ଧାରରେ ଜୀବନ ବିତାଇବ । ଜେଲର ୪ କାନ୍ଥ ମଧ୍ୟରେ ରହି କଲା କର୍ମର ପଶ୍ଚ୍ୟାତାପ କରିବ ଜହ୍ଲାଦ ପୁଅ । ତେବେ ଏପରି ପିତୃହନ୍ତା ନାଭିଦତ୍ୟ ବାଗକୁ ଆଜି କଳାହାଣ୍ଡି ଜିଲ୍ଲା ଦୌରାଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବଡ଼ଗୁଣ୍ଡରି ଗାଁରେ ଗତ ଜାନୁଆରୀ ୨୯ ତାରିଖ ୨୦୧୮ ମସିହାରେ ଘଟିଥିଲା ଏପରି ବିଭତ୍ସକାଣ୍ଡ । ବଡ଼ଗୁଣ୍ଡରି ଗାଁର ଜଗନ୍ନାଥ ବାଗଙ୍କ ମୃତଦେହ ଘର ପଛପଟେ ପଡିଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଓ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଜାନୁଆରୀ ୩୦ ତରିଖ ଦିନ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ସେହି ସମୟରେ ଏହି ଘଟଣା ଗଣମାଧ୍ୟମର ଶିରୋନାମା ପାଲଟି ଥିବା ବେଳେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ।