ଫୁଲବାଣୀ:STF ଜାଲରେ ବାଘ ଛାଲ ବ୍ୟବସାୟୀ । କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ଅଞ୍ଚଳରରେ ବାଘଛାଲ ବିକ୍ରି ବେଳେ ମାଡି ବସିଲା ସ୍ପେଷାଲ ଟାସ୍କ ଫୋର୍ସ(STF) । ବାଘଛାଲ ସହ ୪ ଜଣକୁ ଗିରଫ କରିଛି କରାଯାଇଥିବା ସୂଚନା ମିଳିଛି ।
ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ୪ ଗିରଫ - କନ୍ଧମାଳରୁ ବାଘଛାଲ ଜବତ
ଟିକାବାଲି ରେଞ୍ଜ ଅଞ୍ଚଳରରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । ବାଘ ଛାଲ ଜବତ ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ
ସୂଚନାଅନୁସାରେ, ରାତି ପ୍ରାୟ ୧୧ଟା ବେଳେ ବ୍ରାହ୍ମଣପାଦ ଅଞ୍ଚଳର ଜଣେ ଯୁବକ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଏବଂ ବନବିଭାଗର ମିଳିତ ଟିମ ଚଢାଉ କରିଥିଲା । ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣପାଦର ବୀରେନମିତ୍ର ନାୟକ, ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଗୁଣ୍ଡ୍ରିବାଡିର ରଂଜିତ କହଁର, ମଜୁରୀବାଡିର ରବିନାରାୟଣ କହଁର, ସୁକୁମାର କହଁର । ତେବେ ସେମାନେ ଆଡେନିଗଡ ଜଙ୍ଗଲରେ ବାଘ ମାରିଛନ୍ତି ବୋଲି ସ୍ୱୀକାର କରିଥିବା ନେଇ ସୂଚନା ରହିଛି । ତେବେ ସେମାନଙ୍କ ପାଖରୁ ଦେଶୀ ବନ୍ଧୁକ, ଗୁଳି, ଧନୁ ତୀର, ଫାସ ଆଦି ଜବତ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଏସସିଏଫଓ ମଳୟ ରଂଜନ କାଲୋ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କନ୍ଧମାଳ