ଫୁଲବାଣୀ: ପୌର ପରିଷଦ ନିର୍ବାଚନ ଲାଗି ସୋମବାର ଥିଲା ନାମାଙ୍କନପତ୍ର ଦାଖଲର ଶେଷ ଦିନ । ତିନି ପ୍ରମୁଖ ଦଳର କାଉନସିଲର ପ୍ରାର୍ଥୀ ଏବଂ ପୌରାଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେଡି ଦଳର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ପରେ କଂଗ୍ରେସର କାଉନସିଲର ଏବଂ ପୌରାଧ୍ୟକ୍ଷା ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ଆସି ଉପଜିଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଶେଷରେ ଭାଜପା ପ୍ରାର୍ଥିୀ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭାଜପାରୁ କିଏ ପୌରାଧ୍ୟକ୍ଷ ପ୍ରାର୍ଥୀ ତାହା ଏପର୍ଯ୍ୟନ୍ତ ଠିକ୍ ଭାବେ ଜଣାପଡିନାହିଁ । ଦୁଇ ଗୋଷ୍ଠୀ ବିବାଦ ମଧ୍ୟରେ ଦୁଇ ଜଣ ପ୍ରାର୍ଥୀ ପୌରାଧ୍ୟକ୍ଷା ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୩ ୱାର୍ଡ ବିଶିଷ୍ଟ ଫୁଲବାଣୀ ପୌର ପରିଷଦ ଲାଗି କାଉନସିଲରରେ ୪୮ ଜଣ ଏବଂ ପୌରାଧ୍ୟକ୍ଷ ପଦବୀ ଲାଗି ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।