ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବାନ୍ଦାଦଣୀ ଗ୍ରାମର ଜଣେ ଯୁବକ ଗୁରୁତର ହୋଇଥିବାବେଳେ ଆଉ ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ କଟାପଙ୍ଗା ଗାଁରୁ ଦୁଇ ସାଙ୍ଗ ବାଇକ ଯୋଗେ ନିଜ ଗାଁ ବାନ୍ଧାଦଣି ଯିବା ସମୟରେ କିଆମୁଣ୍ଡା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା, ଫଳରେ ସେହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ହୋଇଥିବାବେଳେ ଆଉ ଜଣେ ଅଳ୍ପକେ ବର୍ତ୍ତିଯାଇଥିଲେ । ଗୁରୁତର ହୋଇଥିବା ଯୁବକଙ୍କ ନାମ ଇନ୍ଦ୍ରମଣିକହଁର ବୋଲି ଜଣାପଡ଼ିଛି । ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଛି । ତେବେ ଫୁଲବାଣୀ ଡାକ୍ତରରେ ଗୁରୁତର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।