ଫୁଲବାଣୀ: କୁମ୍ବିଂ ଅପରେସନ ବେଳେ ବଡ଼ ଅଘଟଣ । ଅପରେସନ ଚାଲିଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଦୁଇ ଜଣ ଏସ୍ଓଜି ଜବାନ୍ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁଇ ଜବାନ ହେଲେ ଅମିୟ ରଂଜନ ଦାସ ଓ ପ୍ରଶାନ୍ତ ଜେନା । ପ୍ରଶାନ୍ତ ସାମନ୍ୟ ଆହାତ ହୋଇଥିବା ବେଳେ ଅମିୟ ଗୁରୁତର ଅବସ୍ତାରେ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ, ଆଜି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ ମାଓବାଦୀ ଥିବା ଖବର ପାଇଥିଲେ ପୋଲିସ ବାହିନୀ । ତେବେ ଏଭଳି ଖବର ପାଇବା ପରେ ପୋଲିସ ବାହୀନ ପକ୍ଷରୁ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଏସ୍ଓଜି ଯବାନ୍ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଫଳରେ ଜଣେ ଏସ୍ଓଜି ଯବାନଙ୍କର ଆଖିରେ ଗୁରୁତର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତର ଥିବା ଯବାନ ହେଲେ ଅମିୟ ରଞ୍ଜନ ଦାସ ତାଙ୍କର ବାମ ଆଖିରେ ଆଘାତ ଲାଗିଛି ।
ଏହା ମଧ୍ୟ ପଢ଼ନ୍ତୁ......ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ଶହୀଦ